ସାଇଲେନ୍ସ ପ୍ଲିଜ୍... ଆକ୍ସନ୍... କ୍ଲିକ୍...। ବାସ୍ ଏଇଠୁ ଆରମ୍ଭ ହୋଇଥିଲା ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କ ଫଟୋଗ୍ରାଫି ଜୀବନ। ରାଜ ପରିବାର ଫଟୋ ଉଠାଉ ଉଠାଇ ବନିଯାଇଥିଲେ ଜଣେ ପୋଖତ ଫଟୋଗ୍ରାଫର। ଗୋଧୂଳି ବେଳାରେ ମୁଣ୍ଡରେ ଧାନ ବିଡ଼ା ମୁଣ୍ଡାଇ ଯାଉଥିବା ଜଣେ ଯୁବତୀଙ୍କ ଫଟୋ ପାଇଁ ୧୯୪୨ ମସିହାରେ ପୁଡୁଚେରୀରେ ପୁରସ୍କୃତ ହୋଇଥିଲେ। ଏହାରି ଭିତରେ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଶହେ ଫଗୁଣ ଅତିକ୍ରାନ୍ତ କରିସାରିଲେଣି। ତଥାପି ସେ ଫିଟ୍ ଅଛନ୍ତି। ତାଙ୍କୁ କୁହାଯାଏ ଓଡ଼ିଶାର ପ୍ରଥମ ଫଟୋ ସାମ୍ୱାଦିକ। ବିଶ୍ୱ ଫଟୋଗ୍ରାଫି ଦିବସରେ ତାଙ୍କୁ ଶହେ ପ୍ରଣାମ।
ଶ୍ରୀକ୍ଷେତ୍ର ପୁରୀରେ ଜନ୍ମଗ୍ରହଣ କରିଥିଲେ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି। ମୟୂରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ମହାରାଜା ଯଦୁନାଥ ଭଞ୍ଜଙ୍କ ଅମଳରେ ପୂର୍ଣ୍ଣଚନ୍ଦ୍ରଙ୍କ ପୂରା ପରିବାର ବାରିପଦା ପଳାଇ ଆସିଥିଲେ। ଚାଟଶାଳୀରୁ ଆରମ୍ଭ କରି ହାଇସ୍କୁଲ ପାଠପଢ଼ା ବାରିପଦାରେ କରିଥିଲେ ପୂର୍ଣ୍ଣଚନ୍ଦ୍ର। ପିଲା ବେଳୁ ପୂର୍ଣ୍ଣଚନ୍ଦ୍ରଙ୍କର ଫୋଟୋଗ୍ରାଫି ପ୍ରତି ବିଶେଷ ରୁଚି ରହିଥିଲା। ଯୁବ ସୁଲଭ ବୟସରେ ସେ ପାଠ ପଢ଼ିବା ସହିତ ଷ୍ଟୁଡିଓରେ କାମ ଶିଖୁଥିଲେ।
ଦିନେ ରାଜା ସାହେବ ପ୍ରତାପ ଚନ୍ଦ୍ର ଭଞ୍ଜଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଲା। ଏହାପରେ ରାଜା ସାହେବ ତାଙ୍କୁ ଫୋଟୋଗ୍ରାଫି କାର୍ଯ୍ୟରେ ନିୟୋଜିତ କରିଥିଲେ। ରାଜାଙ୍କ ନିର୍ଦ୍ଦେଶରେ ଫଟୋ ଉଠାଇଥିଲେ ପୂର୍ଣ୍ଣଚନ୍ଦ୍ର। ପ୍ରଥମ କ୍ଲିକ୍ରେ ରାଜା ସାହେବଙ୍କ ଫଟୋ ଉଠାଇଥିଲେ। ଯାହା ଥିଲା ଅତି ଆକର୍ଷଣୀୟ। ରାଜା ସାହେବ ସେହି ଫଟୋ ଦେଖି ବେଶ୍ ଉତ୍ସାହିତ ହୋଇଥିଲେ।
ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିତା’ପରଠାରୁ ପୂର୍ଣ୍ଣଚନ୍ଦ୍ର ପଛକୁ ଫେରି ଚାହିଁ ନାହାନ୍ତି। ରାଜ ପରିବାରଠାରୁ ଆରମ୍ଭ କରି ବ୍ରିଟିଶ ଅଫିସର ଓ ଧନୀ ଶ୍ରେଣୀରେ ବ୍ୟକ୍ତି, ସାମାଜିକ କାର୍ଯ୍ୟକ୍ରମରେ ଫଟୋ ଉଠାଇ ଚାଲିଲେ। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଯେ ଖାଲି ମୟୂରଭଞ୍ଜ ରାଜ୍ୟରେ ଯେ ସୀମିତି ଥିଲେ ତା’ ନୁହେଁ, ସେ ସାରା ଦେଶରେ ଓ ନେପାଳ ଭଳି ଦେଶରେ ଚର୍ଚ୍ଚିତ ଥିଲେ। ଫଟୋ ଉଠାଇବା ପାଇଁ ନେପାଳରୁ ମଧ୍ୟ ତାଙ୍କ ପାଖକୁ ଆସୁଥିଲା ନିମନ୍ତ୍ରଣ। ପୂର୍ଣ୍ଣଚନ୍ଦ୍ରଙ୍କ ଫଟୋଗ୍ରାଫିରେ ମୁଗ୍ଧ ହୋଇ ନେପାଳର ରାଜା ତାଙ୍କୁ ଏକ ଜର୍ମାନ ମେଡ୍ କ୍ୟାମେରା ଉପହାର ଦେଇଥିଲେ। ଯାହାକୁ ଅତି ଆଦରରେ ଆଜି ପର୍ଯ୍ୟନ୍ତ ସାଇତି ରଖିଛନ୍ତି ପୂର୍ଣ୍ଣଚନ୍ଦ୍ର।
ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଉଠାଇଥିବା ଏକ ଫଟୋପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ସେ ସମୟରେ ଏକ ମାତ୍ର ପୁଲିସ ଫୋଟୋଗ୍ରାଫର ହେବାର ଯୋଗ୍ୟତା ଓ ଗୌରବ ହାସଲ କରିଥିଲେ। ଯାହା ପୁଲିସ ୱାଣ୍ଟସ ୟୁଅର ହେଲ୍ ପୁସ୍ତକରେ ଲଖିତ ରହିଛି। ନିଜ ଫଟୋଗ୍ରାଫି ପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି ପୂର୍ଣ୍ଣଚନ୍ଦ୍ର। ତାଙ୍କ କହିବା ଅନୁସାରେ ୧୯୪୨ ମସିହାରେ ପଣ୍ଡିଚେରୀରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିୟ ଫୋଟୋ ସେଲନ। ସେଥିରେ ସେ ଭାଗ ନେଇଥିଲେ। ନିଜର ୩ଟି ଫଟୋ ସେଠାରେ ପ୍ରଦର୍ଶିତ କରିଥିଲେ। ସେଥିରୁ ଗୋଟିଏ ଫଟୋ ସମସ୍ତଙ୍କ ମନ କିଣି ପାରିଥିଲା। ସେହି ଫଟୋଟି ଅତିବ ମନୋରମ ହୋଇଥିଲା। ଫଟୋଟି ଏମିତି- ସୂର୍ଯ୍ୟାସ୍ତ ସମୟରେ ଜଣେ ଆଦିବାସୀ ଯୁବତୀ ଧାନ ବିଡ଼ା ମୁଣ୍ଡାଇ ଗାଁକୁ ଫେରୁଥିଲେ। ଆଉ ଧାନ କେଣ୍ଡା ଗୁଡ଼ିକର ଛାଇ ତା’ ମୁହଁରେ ପଡ଼ିଥିଲା। ସେହି ଫଟୋ ପ୍ରଥମ ପୁରସ୍କାର ପାଇଥିଲା।
ଇନ୍ଦିରା ଗାନ୍ଧିଙ୍କ ଫଟୋ, ଏହାକୁ ଉଠାଇଥିଲେ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିପୂର୍ଣ୍ଣଚନ୍ଦ୍ରଙ୍କ କହିବା ଅନୁସାରେ ଥରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଗୋଟିଏ ଫୋଟୋ ସେ ଉଠାଇଥିଲି। ଯେଉଁ ଫଟୋଟି ପ୍ରଶଂସାର ପତ୍ର ହୋଇଥିଲେ। ଫଟୋଟି ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକର କଭର ପେଜରେ ସ୍ଥାନ ପାଇଥିଲା।
ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କ ଦ୍ୱାରା ଉଠାଯାଇଥିବା ଫଟୋପୂର୍ଣ୍ଣଚନ୍ଦ୍ର ଫୋଟୋଗ୍ରାଫି ସହିତ ସାମ୍ବାଦିକତା ମଧ୍ୟ କରିଛନ୍ତି। ଦେଶ ସ୍ୱାଧୀନ ପରେ ପ୍ରେସ୍ ଫୋଟୋ ଗ୍ରାଫର ଭାବେ ପରିଚୟ ସୃଷ୍ଟି କରିପାରିଥିଲେ। ଓଡ଼ିଶାର ‘ସମାଜ’ ଖବର କାଗଜକୁ ଫଟୋ ପଠାଉଥିଲେ। ଏହାଛଡ଼ା ପଶ୍ଚିମବଙ୍ଗର ଏକ ଇଂରାଜୀ ଖବରକାଗଜକୁ ଫୋଟୋ ମଧ୍ୟ ପଠାଉଥିଲେ। ସେଥିପାଇଁ ତାଙ୍କୁ କପି ପିଛା ୭ ଟଙ୍କା ଲେଖାଏ ମିଳୁଥିଲା। ପରବର୍ତ୍ତୀ ସମୟରେ ପୂର୍ଣ୍ଣଚନ୍ଦ୍ର ଧରିତ୍ରୀ ଓ ମାତୃଭୂମି ପରି ଅନେକ ଖବରକାଗଜ ପ୍ରତିନିଧି ହୋଇଥିଲେ। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଓଡ଼ିଆ ଲିପିର ସଂସ୍କାର ପାଇଁ ଅନେକ ପ୍ରସ୍ତାବ ଦେଇଥିବା ବେଳେ ତାଙ୍କ ଲିପି ସଂସ୍କାର ପ୍ରସ୍ତାବ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର କୋଣାର୍କର ସପ୍ତମ ସଂଖ୍ୟାରେ ପ୍ରକାଶିତ ହୋଇ ଭାଷାବିତଙ୍କ ପ୍ରଶଂସିତ ହୋଇଥିଲା।
ରିପୋର୍ଟ- ବାରିପଦାରୁ ମାଣିକଲାଲ ପାଣି
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/xZJ4YaN
No comments:
Post a Comment