ମୁଖ୍ୟମନ୍ତ୍ରୀଙ୍କୁ ସାଲୁଟ କରିବାର ଗାଇଡଲାଇନ୍ ଭୁଲିଗଲେ। ଗୋଟିଏ ହାତରେ ଫୋନ୍ ଧରି କଥା ହେଉଥିବା ବେଳେ ଗୋଟିଏ ହାତରେ ମୁଖ୍ୟମନ୍ତ୍ରୀଙ୍କୁ ସାଲୁଟ କରିବା ମହଙ୍ଗା ପଡ଼ିଲା। ଏପରି ଏକ ଫଟୋ ଭାଇରାଲ ହେବା ପରେ ତୁରନ୍ତ ଉକ୍ତ ଆଡିସନାଲ ଏସ୍ପିଙ୍କୁ ବଦଳି କରି ଦିଆଯାଇଛି। ଏପରି ଏକ ଘଟଣା ଉତ୍ତରାଖଣ୍ଡରେ ଘଟିଛି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଗତ ୧୧ ତାରିଖରେ ଭୁସ୍ଖଳନ ଯୋଗୁ ବିଧ୍ୱସ୍ତ ହୋଇଥିବା କୋଟୱାର ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସେ ହେଲିକପ୍ଟରରୁ ଓହ୍ଲାଇବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ସେଠାରେ ଜୟ ବାଲୁନି ନାମକ ଆଡିସନାଲ ଏସ୍ପି ଉପସ୍ଥିତ ଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ୱେ ସେ ଗୋଟିଏ ହାତରେ ଫୋନ୍ ଧରି କଥା ହେଉଥିବା ବେଳେ ଅନ୍ୟ ହାତରେ ସାଲୁଟ ହୋଇଥିଲେ।
ଏହି ଫଟୋ ଭାଇରାଲ ହେବା ପରେ ତୁରନ୍ତ ଅନ୍ୟ ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସ୍ଥଳରେ ପହଞ୍ଚିଥିଲେ। ଏଥିସହ ଉକ୍ତ ଅଧିକାରୀଙ୍କୁ ନରେନ୍ଦ୍ର ନଗର ପୁଲିସ ଟ୍ରେନିଂ ସେଣ୍ଟରକୁ ବଦଳି କରି ଦିଆଯାଇଛି।
କୋଟୱାରରେ ଏବେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି। ଅତ୍ୟଧିକ ବର୍ଷା ହେତୁ ରାସ୍ତା, ବ୍ରିଜ ଧୋଇ ହୋଇ ଯାଇଥିବା ବେଳେ ନଦୀର ଗତିପଥ ବି ବଦଳି ସାରିଛି। ଏଥିଯୋଗୁ ବହୁ ଧନଜୀବନ ହାନୀ ହୋଇଥିବା ବେଳେ ବହୁ ଲୋକ ବାସହରା ହୋଇ ସାରିଲେଣି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/aOfFml5
No comments:
Post a Comment