ଇସ୍ରୋରେ ମୋଦି, କହିଲେ-଼ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ନାମ ‘ଶିବଶକ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 25, 2023

ଇସ୍ରୋରେ ମୋଦି, କହିଲେ-଼ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ନାମ ‘ଶିବଶକ୍ତି’

ଜହ୍ନ ରାଇଜର ଯେଉଁଠି ପାଦ ଥାପିଲା ‘ଚନ୍ଦ୍ରଯାନ-୩’ ଉକ୍ତ ସ୍ଥାନର ନାମକରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ସମଗ୍ର ଦୁନିଆ ଉକ୍ତ ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ନାଁରେ ଜାଣିବ ବୋଲି କହିଲେ ମୋଦି। ଏଥିସହ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ଦେଲେ ମୋଦି । 

‘ଶିବଶକ୍ତି’ ନାଁର ଯଥାର୍ତତା ପ୍ରତିପାଦନ କରିବାକୁ ଯାଇ ମୋଦି କହିଛନ୍ତି, ଶିବ ଶବ୍ଦରେ ମାନବତାର କଲ୍ୟାଣ ପାଇଁ ସଙ୍କଳ୍ପ ଭର୍ତ୍ତି ହୋଇ ରହିଛି। ଆଉ ଶକ୍ତି ନିକଟରୁ ଉକ୍ତ ସଙ୍କଳ୍ପ ପୂରା କରିବାକୁ ଆମକୁ ସାମର୍ଥ୍ୟ ମିଳିଥାଏ । ତେଣୁ ଆଜିଠୁ ଉକ୍ତ ସ୍ଥାନର ନାମକୁ ‘ଶିବଶକ୍ତି’ ନାଁରେ ନାମିତ କରିଛନ୍ତି ମୋଦି । ଅନନ୍ତ ଆକାଶରେ ବହୁ ସମ୍ଭାବନା ଭାରତର ଅପେକ୍ଷା କରୁଛି ବୋଲି ସେ କହିବା ସହ ମାନବତାର କଲ୍ୟାଣ ହିଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବି କହିଛନ୍ତି।

ନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ଦେବାର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ମୋଦି କହିଛନ୍ତି, ଏବେ ହର ଘର ତ୍ରିରଙ୍ଗା ଓ ହର ମନ ତ୍ରିରଙ୍ଗା । ତେଣୁ ଚନ୍ଦ୍ରରେ ବି ଏବେ ଉଡ଼ୁଛି ତ୍ରିରଙ୍ଗା। ତେଣୁ ଚନ୍ଦ୍ରଯାନ-୨ ଯେଉଁଠି ନିଜ ପଦଚିହ୍ନ ଛାଡ଼ିଛି ଉକ୍ତ ସ୍ଥାନର ନାମ ଆଜିଠୁ ‘ତ୍ରିରଙ୍ଗା’ । କାରଣ ଏହା ସବୁବେଳେ ଆମକୁ ଚେତାଇ ଦେବ ଯେ, କୌଣସି ବିଫଳତା ଶେଷ ନୁହେଁ। ଦୃଢ ଇଚ୍ଛାଶକ୍ତି ଥିଲେ ବିଫଳତା ପରେ ବି ସଫଳତା ମିଳିବ ।

ବିଦେଶ ଗସ୍ତରୁ ଫେରି ଆଜି ସକାଳେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳୁ ବାଙ୍ଗାଲୁରୁର ହାଲ୍‌ ଏୟାରପୋର୍ଟରେ ପହଞ୍ଚିବା ପରେ ସିଧାସଳଖ ଇସ୍ରୋ ସେଣ୍ଟରକୁ ଯାଇଥିଲେ ମୋଦି। ସେଠାରେ ବୈଜ୍ଞାନିକମାନଙ୍କୁ ଭେଟିବା ଅବସରରେ ମୋଦି ବେଶ୍‌ ଭାବୁକ ହୋଇ ଯାଇଥିଲେ। ଏହି ଅବସରରେ ସେ ପୂରା ଚନ୍ଦ୍ରଯାନ ମଡେଲକୁ ଦେଖିବା ସହ ସବିଶେଷ ଭାବେ ତଥ୍ୟ ଆହରଣ କରିଥିଲେ।

ଏହାପରେ ସେ ଇସ୍ରୋ ବୈଜ୍ଞାନିକଙ୍କୁ ଅଜସ୍ର ପ୍ରଶଂସାରେ ପୋତି ପକାଇବା ସହ ଶୁଭେଚ୍ଛା ଜଣାଇଥିଲେ। ଏଥିସହ କହିଥିଲେ ଆପଣଙ୍କ ଗହଣରେ ଆସି ଏକ ଭିନ୍ନ ଖୁସି ଅନୁଭବ କରୁଛି। ବିଦେଶରେ ଥିଲେ ବି ମନ ଆପଣଙ୍କ ନିକଟରେ ଥିଲା। ସବୁ ବୈଜ୍ଞାନିକମାନଙ୍କୁ ସାଲ୍ୟୁଟ୍ ଜଣାଇ ବେଶ୍‌ ଭାବବିହ୍ୱଳ ହୋଇପଡ଼ିଲେ ମୋଦି। ଏହି ଅବସରରେ ଜୟବିଜ୍ଞାନ, ଜୟ ଅନୁସନ୍ଧାନର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଚନ୍ଦ୍ର ଅଭିଯାନ କୌଣସି ସାଧାରଣ ସଫଳତା ନୁହେଁ। ଆମେ ସେଠି ପହଞ୍ଚିଲୁ, ଯେଉଁଠି କେହି ପହଞ୍ଚି ନଥିଲେ। ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ । ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ ଓ ଲଢୁଆ ଭାରତ । ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ ବୋଲି କହିଛନ୍ତି ମୋଦି ।

ଏହି ଅବସରରେ ବୈଜ୍ଞାନିକଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଭାରତ ଏବେ ଚନ୍ଦ୍ରରେ ପହଞ୍ଚି ଯାଇଛି। ଏହାପଛରେ  ଆପଣମାନଙ୍କ ଧୈର୍ଯ୍ୟ ସାମର୍ଥ୍ୟ, ତପସ୍ୟା ଥିବା ବେଳେ ତାହା ସମ୍ମୁଖରେ ମୁଁ ନତମସ୍ତକ ହେଉଛି।  

ଗତ ବୁଧବା ଚନ୍ଦ୍ରୟାନ-୩ ସଫ୍ଟଲ୍ୟାଣ୍ଡିଂ ବେଳେ ଦକ୍ଷିଣଆଫ୍ରିକା ଜୋହାନ୍ସବର୍ଗରୁ ଭର୍ଚୁଆଲ୍‌ ମୋଡ୍‌ରେ ମିଶନ ଅପରେସନ କଂପ୍ଲେକ୍ସ ସହ ଯୋଡ଼ି ହୋଇଥିଲେ। ଏଥିସହ ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/cAXW8E6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages