ବଢ଼ିଲା ବିଜେଡିର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ। କାରଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସଂଯୁକ୍ତା ମହଲା।
ବିଧାୟକ ଶ୍ରୀ ସାହୁଙ୍କ ବିରୋଧରେ ସଂଯୁକ୍ତା ଆଣିଛନ୍ତି ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ। ବିଧାୟକ ୯ ବର୍ଷ ଧରି ତାଙ୍କ ସହିତ ରିଲେସନ୍ଶିପ୍ରେ ରହିବା ପରେ ପ୍ରତାରଣା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କରି ଗତ ମାସ (ଜୁଲାଇ)ରେ ସଂଯୁକ୍ତା ମହଲା ଭୁବନେଶ୍ୱର ମହିଳା ଥାନାରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଏତଲା ଦେଇଥିଲେ। ଏତଲା ଦେବା ପରେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ସଂଯୁକ୍ତା।
ଏଥିରେ ସେ ୫ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି। ସେମାନେ ହେଉଛନ୍ତି, ବିଧାୟକ ଶ୍ରୀକାନ୍ତ ସାହୁ, ରାଜ୍ୟ ସରକାର, ପୁଲିସ କମିଶନର, ଡିସିପି ଓ ଭୁବନେଶ୍ୱର ମହିଳା ଥାନା IIC।
ଗତ ଜୁଲାଇ ୧୦ ତାରିଖରେ ସଂଯୁକ୍ତା ଭୁବନେଶ୍ୱର ମହିଳା ଥାନାରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଏତଲା ଦେଇଥିଲେ। ସେତେବେଳେ ସଂଯୁକ୍ତା ଅଭିଯୋଗ କରିଥିଲେ ଯେ ବିଧାୟକ ଶ୍ରୀ ସାହୁ ତାଙ୍କୁ ମାରି ଦେବାକୁ ଧମକ ଦେଉଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KPU9QSI
No comments:
Post a Comment