ଜୁଡ଼ିଆ ଘାଟିରେ ଭୂସ୍ଖଳନ; ମିନି ଟ୍ରକ୍ ଉପରେ ଖସିଲା ପଥର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 1, 2023

ଜୁଡ଼ିଆ ଘାଟିରେ ଭୂସ୍ଖଳନ; ମିନି ଟ୍ରକ୍ ଉପରେ ଖସିଲା ପଥର

କେନ୍ଦୁଝର ଜିଲ୍ଲା ଜୁଡ଼ିଆ ଘାଟିରେ ଭୂସ୍ଖଳନ ହୋଇଛି । ଆଜି ସକାଳେ ପାହାଡ଼ ଧସି ବଡ଼ ପଥର ଖଣ୍ଡ ରାସ୍ତା ଉପରେ ପଡ଼ିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ଏଥରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। 

ଘାଟିରେ ଗୋଟିଏ ମିନି ଟ୍ରକ୍ ଯାଉଥିବା ବେଳେ ତାହା ଉପରେ ପଥର ଖଣ୍ଡ ଧସିଯାଇଛି । ଫଳରେ ଗାଡ଼ିଟି ଅଟକି ରହିଥିବା ବେଳେ ଏହାର ଡ୍ରାଇଭର, ହେଲପରଙ୍କ ପତ୍ତା ମିଳିନି। ତେବେ ସେମାନେ ଘଟଣାସ୍ଥଳରେ ଉପସ୍ଥିତ ନ ଥିବାରୁ ହୁଏତ ଆହତ ହୋଇ ମେଡିକାଲ ପଳାଇଥିବା ଅନୁମାନ କରାଯାଉଛି।  

ବଡ଼ ବଡ଼ ପଥର ଖଣ୍ଡ ରାସ୍ତାରେ ଛିଟିକି ପଡ଼ିଥିବାରୁ ଏନଏଚ୍ -୪୯ର ଗୋଟିଏ ପାର୍ଶ୍ୱରେ ଯାତାୟାତ ବନ୍ଦ ହୋଇଯାଇଛି ।  ଗୋଟିଏ ପାର୍ଶ୍ୱ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ରାଜରାସ୍ତାକୁ ସଫା କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିବା ଜାତୀୟ ରାଜପଥ ଅଧିକାରୀ କହିଛନ୍ତି। 

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କେନ୍ଦୁଝରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି।

ଆଜି କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୁଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସମସ୍ତ ବିଡ଼ିଓକୁ ସଜାଗ ରହିବାକୁ କୁହାଯାଇଛି । ତଳ ଅଞ୍ଚଳରେ ବର୍ଷାକୁ ଦେଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ପଦକ୍ଷେପ ନିଆଯାଉଛି। । ଏଥି ସହ କଚ୍ଚା ଘରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/b0mWrtU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages