ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜ ଦିନିକିଆ ଶୃଙ୍ଖଳା ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୦୦ ରନରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ହୋଇଛିା
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁବମନ ଗିଲ୍ ଓ ଈଶାନ କିଶନ ଶତକ ଭାଗୀଦାରି କରିଥିଲେ। ଭାରତ ୩୫୧ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିନେଇଥିଲା। ଗିଲ୍-ଈଶାନ ୧୪୩ ରନ୍ର ଭାଗୀଦାରି ପ୍ରତିଷ୍ଠା କରିଥିଲେ। ଯାହାକି ୱେଷ୍ଟଇଣ୍ଡିଜ୍ରେ ଭାରତ ପାଇଁ ପ୍ରଥମ ୱିକେଟ୍ରେ ସର୍ବୋଚ୍ଚ ଭାଗୀଦାରି ରେକର୍ଡ ପ୍ରତିଷ୍ଠା କରିଥିଲା।
୨୦୧୭ ମସିହାରେ ପୋର୍ଟ ଅଫ୍ ସ୍ପେନ୍ରେ ଶିଖର ଧାୱନ ଏବଂ ଅଜିଙ୍କ୍ୟ ରାହାଣେ ପ୍ରଥମ ୱିକେଟ୍ ପାଇଁ ୧୩୨ ରନ୍ ଉଠାଇଥିଲେ। ୬ ବର୍ଷ ପରେ ଏହି ରେକର୍ଡ ଭାଙ୍ଗିଛି। ୪୩ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ପରେ ବାମହାତୀ କିଶନ ୬୪ ବଲ୍ରୁ ୭୭ ରନ୍ କରି ଆଉଟ୍ ହୋଇଥିଲେ। ଏହି ପାଳିରେ ୮ ଚୌକା, ୩ ଛକା ସାମିଲ ଥିଲା।
ଏହା ପରେ ଗସ୍ତରେ ପ୍ରଥମ ସୁଯୋଗ ପାଇଥିବା ଋତୁରାଜ ଗାଏକ୍ୱାଡ ଏହାର ଫାଇଦା ଉଠାଇ ପାରିନଥିଲେ। ସଂଜୁ ସାମସନ୍ କିନ୍ତୁ ପ୍ରଥମ ୪ ବଲ୍ ଭିତରେ ୨ ଛକା ମାରି ଧମାକାଦାର ଆରମ୍ଭ କରିଥିଲେ। ୪୧ ବଲ୍ରୁ ୫୧ ରନ୍ କରି ଆଉଟ୍ ହୋଇ ଆଗକୁ ବଢ଼ି ପାରିନଥିଲେ।
ୱେଷ୍ଟଇଣ୍ଡିଜକୁ ଭାରତୀୟ ଦ୍ରୁତ ବୋଲର ପ୍ରଥମରୁ ଚାପରେ ପକାଇଥିଲେ। ମୁକେଶ କୁମାର ପ୍ରଥମ ୩ ୱିକେଟ୍ ଦଖଲ କରିବା ପରେ ଶାର୍ଦୁଳ ଠାକୁର-ଜୟଦେବ ଉନାଦକଟ୍ ମିଳିତ ଭାବେ ୩ଟି ୱିକେଟ୍ ଦଖଲ କରିଥିଲେ। କୁଲଦୀପ ଯାଦବ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଅକ୍ତିଆର କରି ବିଜୟରେ ନିଜ ଅବଦାନ ରଖିଥିଲେ। ଏଥି ସିରିଜ୍ ଜିତିବା ପରେ ଲଗାତାର ୧୩ଟି ଶୃଙ୍ଖଳା ବିଜୟ ହୋଇ ନୂଆ ରେକର୍ଡ କରିଛି ଟିମ୍ ଇଣ୍ଡିଆା ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/JOilf43
No comments:
Post a Comment