ହସଖୁସିର ସଂସାରରେ ଲାଗିଗଲା ନଜର। ଆଖି ପିଛୁଳାକେ ଛାରଖାର ହୋଇଗଲା ପରିବାର। ପତ୍ନୀ ପୁଲିସ୍ ଅଫିସର ଥିବା ବେଳେ ସ୍ୱାମୀ ଓ ୨ ଝିଅଙ୍କୁ ନେଇ କରିଥିଲେ ସୁଖ ସଂସାର। ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିବା ବେଳେ ହଠାତ୍ ବଦଳିଗଲା ସବୁ କିଛି । ନିଜ ପତ୍ନୀ ଓ ୩ ବର୍ଷର ଝିଅର ତଣ୍ଟି କାଟି ହତ୍ୟା କରିବା ପରେ ଘରଠୁ ୧୫ କିମି ଦୂରରେ ଝୁଲି ପଡ଼ିଲେ ବ୍ୟକ୍ତିଜଣକ । ପରିବାରର ୩ ସଦସ୍ୟଙ୍କ ଏପରି ଅଚାନକ ମୃତ୍ୟୁ ପରେ ବର୍ତ୍ତି ଯାଇଥିବା ୮ ବର୍ଷୀୟା ବଡ଼ ଝିଅ ଅନାଥ ହୋଇ ଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ମହାରାଷ୍ଟଅର ବୁଲଧନା ଜିଲ୍ଲାରେ ଘଟିଛି।
ବର୍ଷା କୁଟେ ମହାରାଷ୍ଟ୍ର ପୁଲିସ୍ ବିଭାଗରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେ କିଶୋର କୁଟେଙ୍କୁ ବିବାହ କରିଥିବା ବେଳେ ୨ ଝିଅଙ୍କୁ ନେଇ ସେମାନଙ୍କ ହସଖୁସିର ସଂସାର ଚାଲିଥିଲା।
ମାତ୍ର ହଠାତ୍ ଗତକାଲି ବଡ଼ ଝିଅ ସ୍କୁଲ ଯିବା ପରେ କିଶୋର କୁଟେ ପତ୍ନୀ ଓ ସାନ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ସେମାନଙ୍କ ରକ୍ତାକ୍ତ ମୃତଦେହ ଘର ଚଟାଣରେ ପଡ଼ିଥିବା ବେଳେ ଫେରାର ହୋଇ ଯାଇଥିଲେ କିଶୋର।
ଘରଠୁ ପ୍ରାୟ ୧୫ କିମି ଯିବା ପରେ ନିଛାଟିଆ ସ୍ଥାନରେ ଏକ ଗଛରେ ସେ ଝୁଲି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ପହଞ୍ଚି ମା’ଝିଅଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାପରେ ଘଟଣାର ତଦନ୍ତ ଆରମ୍ଭ କରି ୧୫ କିମି ଦୂରରେ କିଶୋରଙ୍କ ମୃତଦେହ ଝୁଲୁଥିବା ଖବର ପାଇଥିଲା। ପୁଲିସ୍ କିଶୋରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପାଖପଡ଼ୋଶୀଙ୍କ ସୂଚନା ଅନୁଯାୟୀ, ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ଭଲ ଥିବା ବେଳେ କାହିଁକି କିଶୋର କୁଟେ ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲେ ତାହା ଜଣାପଡ଼ୁନି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/CPzSOmq
No comments:
Post a Comment