୯ ଦଫା ଦାବିରେ ଆଜି ରାଜ୍ୟର ସମସ୍ତ ବ୍ଳକ ଘେରିବ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 17, 2023

୯ ଦଫା ଦାବିରେ ଆଜି ରାଜ୍ୟର ସମସ୍ତ ବ୍ଳକ ଘେରିବ କଂଗ୍ରେସ

୯ ଦଫା ଦାବିରେ ଆଜି ରାଜ୍ୟର ସମସ୍ତ ୩୧୪ ବ୍ଳକ ଘେରିବ କଂଗ୍ରେସ। ଦଳ ଅଭିଯୋଗ କରିଛି ଯେ, ୨୪ ବର୍ଷ ହେଲା ବିଜେଡି ସରକାର ଓଡ଼ିଶାବାସୀଙ୍କ ପାଇଁ କିଛି ଆଖି ଦୃଶିଆ କାମ କରି ନାହିଁ। ଯୋଜନା ପରେ ଯୋଜନା ଘୋଷଣା ହେଉଛି, ଆଉ ନିର୍ବାଚନ ପରେ ସବୁ ବନ୍ଦ ହୋଇ ଯାଉଛି। ଏହା ପ୍ରତିବାଦରେ ଦଳ ଆଜି ସମସ୍ତ ବ୍ଲକ୍ ଆଗରେ ପ୍ରତିବାଦ କରିବ।

ରାଜ୍ୟରେ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର, ପାୱାର କଟ୍, ବିଦ୍ୟୁତ ଦର ବୃଦ୍ଧି, ବେକାର ଯୁବକଙ୍କୁ ଚାକିରୀ,ଧାନ କିଣାରେ କଟନି ଛଟନି ବନ୍ଦ, ଚାଷୀଙ୍କୁ ଉପଯୁକ୍ତ ଦର, ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟହିତାଧିକାରୀଙ୍କୁ ଘର ଏବଂ ଦର ଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଦଳ ଦାବି କରିଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ ଏହି ସବୁ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛି।

କଂଗ୍ରେସଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/aJZMVEG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages