ପ୍ରଥମ ପୋଷ୍ଟପାର୍ଟମ ମେଡିସିନକୁ ମିଳିଲା ଅନୁମୋଦନ, ଦୂର ହେବ ପ୍ରସବ ପରର ଅବସାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 6, 2023

ପ୍ରଥମ ପୋଷ୍ଟପାର୍ଟମ ମେଡିସିନକୁ ମିଳିଲା ଅନୁମୋଦନ, ଦୂର ହେବ ପ୍ରସବ ପରର ଅବସାଦ

ମାତୃତ୍ୱ ଜଣେ ମହିଳା ପାଇଁ ସୌଭାଗ୍ୟର ବିଷୟ। କିନ୍ତୁ ଗର୍ଭାବସ୍ଥାର ଅବଧି ସମୟ କିମ୍ବା ପ୍ରସବ ପରେ ଅଧିକାଂଶ ମହିଳା ମାନସିକ ଅବସାଦର ଶିକାର ହୁଅନ୍ତି। ଏହାର ଅନେକ କାରଣ ଥାଇପାରେ। ଏକ ରିପୋର୍ଟ ଅନୁସାରେ, ଆମେରିକାରେ ପ୍ରତିବର୍ଷ ହଜାରେରୁ ଊର୍ଦ୍ଧ୍ୱ ମହିଳା ଏହାର ଶିକାର ହେଉଛନ୍ତି। ବର୍ତ୍ତମାନ ଏହି ସମସ୍ୟାର ସମାଧାନ ଆସିବାକୁ ଯାଉଛି। ଆମେରିକାର ପ୍ରଥମ ପ୍ରସବ ପରବର୍ତ୍ତୀ ଅବସାଦ ମେଡିସିନକୁ ଅନୁମୋଦନ ମିଳିଛି। ଏହି ଔଷଧ ଗର୍ଭାବସ୍ଥା କିମ୍ବା ପ୍ରସବ ପରର ଅବସାଦକୁ ଦୂର କରିବ।

ଆମେରିକା ଫେଡେରାଲ୍ ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ମେଡିସିନକୁ ଅନୁମୋଦନ ଦେଇଛନ୍ତି। ଏହାର ନାଁ ଜୁର୍ଜୁଭା (Zurzuvae) ରଖାଯାଇଛି। ଆମେରିକା ଖାଦ୍ୟ ଏବଂ ଔଷଧ ପ୍ରଶାସନ ମଧ୍ୟ ଶୁକ୍ରବାର ଜୁର୍ଜୁଭାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ଔଷଧ ଦିନକୁ ଥରେ ନିୟମିତ 14 ଦିନ ପର୍ଯ୍ୟନ୍ତ ସେବନ କଲେ ପ୍ରସବ ପରବର୍ତ୍ତୀ ସମୟରେ ଭୟଙ୍କର ଅବସାଦ ଦୂର ହୋଇପାରିବ ବୋଲି କୁହାଯାଇଛି। ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନର ସାଇକିଆଟ୍ରିକ୍ ଡ୍ରଗ୍ ନିର୍ଦ୍ଦେଶକ ଡ. ଟିଫାନି ଫାର୍ଚିଓନ୍ ଏକ ବିବୃତ୍ତିରେ କହିଛନ୍ତି, 'ଯେଉଁ ମହିଳାମାନେ ପ୍ରସବ ପରେ ଗଭୀର ଅବସାଦର ଶିକାର ହେଉଛନ୍ତି, ଏପରିକି ବେଳେ ବେଳେ ଜୀବନ ହାରିଦେବା ଭଳି ଚରମ ନଷ୍ପତ୍ତି ନେଉଛନ୍ତି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ଭାବେ କାମ କରିବ।'

ପ୍ରସବ ପରବର୍ତ୍ତୀ ଅବସାଦ ସମଗ୍ର ବିଶ୍ୱର ବର୍ଷକୁ ପ୍ରାୟ 4 ଲକ୍ଷ ମହିଳାଙ୍କୁ ପ୍ରଭାବିତ କରିଥାଏ। ବେଳେ ବେଳେ ଏହା ମାସ ମାସ କିମ୍ବା ବର୍ଷ ବର୍ଷ ଧରି ରହିଥାଏ। ଏହାର ସମାଧାନ ପାଇଁ ଷ୍ଟାଣ୍ଡାର୍ଡ ମେଡିସିନ୍ କାଉନସେଲିଂ କିମ୍ବା ଆଣ୍ଟିଡିପ୍ରେସାଣ୍ଟ ଚିକିତ୍ସା ରହିଛି। କିନ୍ତୁ ଏହା ସମସ୍ତଙ୍କ ପାଇଁ ଫଳପ୍ରଦ ହେଉ ନାହିଁ। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଜୁର୍ଜୁଭା ସେଜ୍ ଥେରାପିଟିକ୍ସରୁ ଆସିଛି। ସେଜ୍ ଥେରାପିଟିକ୍ସ ହେଉଛି ଏକ ବାୟୋଫାର୍ମାସ୍ୟୁଟିକାଲ୍ କମ୍ପାନୀ ଯାହାକି ଅବସାଦ, ସ୍ନାୟୁବିଜ୍ଞାନ ଏବଂ ସ୍ନାୟୁ ଚିକିତ୍ସା ସହିତ ମସ୍ତିଷ୍କ ସ୍ୱାସ୍ଥ୍ୟଗତ ଅସୁବିଧା ପାଇଁ ନୋବେଲ୍ ଚିକିତ୍ସା ବିକାଶ କରିଥାଏ।

ପରୀକ୍ଷା ସମୟରେ, ଯେଉଁମାନେ ଏକ ଡମି ମେଡିସିନ୍ ନେଇଥିଲେ ସେମାନଙ୍କ ତୁଳନାରେ ଜୁର୍ଜୁଭା ନେଇଥିବା ମହିଳାମାନଙ୍କର ଚାରିରୁ ଛଅ ସପ୍ତାହ ମଧ୍ୟରେ ଡିପ୍ରେସନର କମ୍ ଲକ୍ଷଣ ଦେଖାଇଥଲା। ମାନସିକ ରୋଗ ପରୀକ୍ଷା କରି ଚିକିତ୍ସା ଦିଆଯାଉଥିବା ଅନେକ ରୋଗୀଙ୍କର ତିନି ଦିନ ମଧ୍ୟରେ ମଧ୍ୟ ଭଳ ଫଳାଫଳ ଦେଖିବାକୁ ମିଳିଥିଲା। ଏହି ଚିକିତ୍ସା ନିଶ୍ଚିତ ରୂପେ ପ୍ରସବ ପରବର୍ତ୍ତୀ ଅବସାଦ ଦୂର କରିବାରେ ସହାୟକ ହେବ ବୋଲି ଔଷଧ ପ୍ରସ୍ତୁତକାରୀ କହିଛନ୍ତି। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/U9r3EGp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages