ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସ୍ୱାମୀ, ମେୟରଙ୍କୁ ନିଲମ୍ବନ କଲେ ରାଜସ୍ଥାନ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 5, 2023

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସ୍ୱାମୀ, ମେୟରଙ୍କୁ ନିଲମ୍ବନ କଲେ ରାଜସ୍ଥାନ ସରକାର

ରାଜସ୍ଥାନର ଜୟପୁର ହେରିଟେଜ ମହାନଗର ନିଗମର ମେୟର ମୁନେଶ ଗୁର୍ଜରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଶନିବାର ତାଙ୍କ ସ୍ୱାମୀ ସୁଶୀଲ ଗୁର୍ଜର ଏକ ଜମିକୁ ଲିଜ୍‌ରେ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏମିତିକି ତାଙ୍କୁ ଜୟପୁର ହେରିଟେଜ ମହାନଗର ନିଗମର ୪୩ ନମ୍ବର ୱାର୍ଡର କର୍ପୋରେଟର ପଦରୁ ମଧ୍ୟ ନିଲମ୍ବନ କରାଯାଇଛି।

ମେୟର ମୁନେଶ ଗୁର୍ଜରଙ୍କ ବାସଭବନରେ ହିଁ ତାଙ୍କ ସ୍ୱାମୀ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ସେତେବେଳେ ମେୟର ଘରେ ଉପସ୍ଥିତ ଥିଲେ।ତାଙ୍କ ବାସଭବନରେ ଯାଞ୍ଚ ବେଳେ ନଗଦ ୪୦ ଲକ୍ଷ ଟଙ୍କା ମିଳିଥିଲା। ତେଣୁ ମେୟର ବି ଏଥିରେ (ଲାଞ୍ଚ କାରବାରରେ) ସଂପୃକ୍ତ ଥାଇପାରନ୍ତି। ସେ ମେୟର ପଦରେ ରହିଲେ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରିପାରନ୍ତି। ସେଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ସରକାର ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି।

ଭିଜିଲାନ୍ସ ମୁନେଶ ଗୁର୍ଜରଙ୍କ ସ୍ୱାମୀ ସୁଶୀଲ ଗୁର୍ଜର ଓ ତାଙ୍କର ଦୁଇ ଜଣ ସହଯୋଗୀ- ନାରାୟଣ ସିଂହ ଓ ଅନୀଲ ଦୁବେଙ୍କୁ ଗିରଫ କରିଛି। ନାରାୟଣ ସିଂହଙ୍କ ଘରୁ ଭିଜିଲାନ୍ସ ନଗଦ ୮ ଲକ୍ଷ ଟଙ୍କା ଜବତ କରିଛି। ନାରାୟଣ ଓ ଅନୀଲଙ୍କ ମାଧ୍ୟମରେ ସୁଶୀଲ ଗୁର୍ଜର ଅଭିଯୋଗକାରୀଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

ଏହି ଘଟଣା ପରେ ରାଜ୍ୟର କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି ବିଜେପି। କଂଗ୍ରେସ ଦୁର୍ନୀତିରେ ବୁଡ଼ି ରହିଛି ବୋଲି ଦଳ କହିଛି। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଭିଜିଲାନ୍ସ ମେୟରଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ଏହାର ଅର୍ଥାତ ରାଜ୍ୟ ସରକାର ଦୁର୍ନୀତିକୁ ନେଇ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଅନ୍ୟ କୌଣସି ରାଜ୍ୟରେ ଭିଜିଲାନ୍ସ ଏମିତି କାମ କରେ ନାହିଁ। ରାଜସ୍ଥାନରେ ଭିଜିଲାନ୍ସ ଜିଲ୍ଲାପାଳ, ଏସ୍‌ପି ଓ ରାଜସ୍ଥାନ ଲୋକସେବା ଆୟୋଗ ସଦସ୍ୟଙ୍କୁ ଗିରଫ କରିଛି। ଆଉ ଏବେ ମେୟରଙ୍କ ସ୍ୱାମୀଙ୍କୁ ଗିରଫ କରିଛି।

୨୦୧୯ରେ ରାଜସ୍ଥାନର କଂଗ୍ରେସ ସରକାର କୋଟା ଓ ଜୟପୁରରେ ଦୁଇଟି ଲେଖାଏଁ ମହାନଗର ନିଗମ ଗଠନ କରିଥିଲେ। ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା ସେତେବେଳେ ସରକାର ଯୁକ୍ତି ବାଢ଼ିଥିଲେ। ଏହିକ୍ରମରେ ଗଠନ ହୋଇଥିଲା ଜୟପୁର ହେରିଟେଜ ମହାନଗର ନିଗମ ଓ ଗ୍ରେଟର ଜୟପୁର ମହାନଗର ନିଗମ। କଂଗ୍ରେସର ମୁନେଶ ଗୁର୍ଜର ଜୟପୁର ହେରିଟେଜ ମହାନଗର ନିଗମର ମେୟର ହୋଇଥିବା ବେଳେ ବିଜେପିର ସୌମ୍ୟା ଗୁର୍ଜର ଗ୍ରେଟର ଜୟପୁର ମହାନଗର ନିଗମର ମେୟର ନିର୍ବାଚିତ ହୋଇଥିଲେ। କିନ୍ତୁ ଦୁହେଁ ଏବେ ସମାନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ସ୍ୱାମୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/uoy8LsU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages