ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନଶିପରେ ଚମକିଲେ ନୀରଜ ଚୋପ୍ରା; ଜିତିଲେ ସ୍ୱର୍ଣ୍ଣ ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 27, 2023

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନଶିପରେ ଚମକିଲେ ନୀରଜ ଚୋପ୍ରା; ଜିତିଲେ ସ୍ୱର୍ଣ୍ଣ ପଦକ

ଭାରତୀୟ କ୍ରୀଡାରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପର ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଆଉ ଦେଶ ପାଇଁ ଏହି ଗୋଲ୍ଡ ମେଡାଲ ଜିତିଛନ୍ତି ଗୋଲଡେନ୍ ବୟ ନୀରଜ ଚୋପ୍ରା। ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ।

ବୁଦାପେଷ୍ଟରେ ଅନୁଷ୍ଠିତ ପୁରୁଷ ଜାଭଲିନ୍ ଥ୍ରୋ ଫାଇନାଲରେ ଐତିହାସିକ ସଫଳତା ପାଇଛନ୍ତି ନୀରଜ। ପ୍ରଥମ ଥ୍ରୋ ଫାଉଲରୁ ଆରମ୍ଭ କରିଥିଲେ ବି ଦ୍ୱିତୀୟ ପ୍ରୟାସରେ ୮୮.୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦକ ପାଇଁ ଦାବିଦାର ହୋଇଥିଲେ ନୀରଜ।

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ପ୍ରଥମ ଭାରତୀୟ ଭାବେ ନୀରଜ ଏହି ବିରଳ ସଫଳତାର ଅଧିକାରୀ ହୋଇପାରିଛନ୍ତି।
ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଥିଲେ ନୀରଜ। ଏବେ ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରା ଦେଶ ଉତ୍ସବମୁଖର ହୋଇଯାଇଛି। କ୍ରୀଡାପ୍ରେମୀଙ୍କ ସହ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/xkJrXyP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages