ପିଜା ଅର୍ଡର କଲେ ଗ୍ରାହକ, ଦୁଇ ଖଣ୍ଡ କରିବାକୁ ଅଧିକ ଚାର୍ଜ କଲା ରେଷ୍ଟୁରାଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 10, 2023

ପିଜା ଅର୍ଡର କଲେ ଗ୍ରାହକ, ଦୁଇ ଖଣ୍ଡ କରିବାକୁ ଅଧିକ ଚାର୍ଜ କଲା ରେଷ୍ଟୁରାଣ୍ଟ

ପିଜା ପାଇଁ ତ ପଡ଼ିଲା ଚାର୍ଜ, ତା’ଠୁ ଅଧିକ ପଡ଼ିଲା ତାକୁ କାଟି ୨ ଖଣ୍ଡ କରିବାକୁ । ବିଲ୍‌ରେ ଏହା ଦେଖି ଗ୍ରାହକଙ୍କ ମୁଣ୍ଡ ଘୂରାଇ ଦେଲା। ଏଥିସହ ସେ ଏହି ଫଟୋକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏପରି ଏକ ଚକିତ କରିବା ପରି ଘଟଣା ଇଟାଲୀରେ ଘଟିଛି।

ଜଣେ ବିଦେଶୀ ନାଗରିକ ଇଟାଲି ବୁଲିବାକୁ ଯାଇଥିବା ବେଳେ ଏକ ରେଷ୍ଟୁରାଣ୍ଟରେ ପିଜା ଅର୍ଡର କରିଥିଲେ। ମାତ୍ର ସେ ଯେତେବେଳେ ବିଲ୍‌ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ପିଜାକୁ ଦୁଇ ଖଣ୍ଡ କରିବା ନିମନ୍ତେ ତାଙ୍କ ଉପରେ ଅଧିକ ୧୮୨ ଟଙ୍କା ଚାର୍ଜ କରାଯାଇଥିଲା। ଏହାର ଏକ ଫଟୋ ସେ  ସୋଶାଲ ମିଡିଆରେ ଅପଲୋଡ କରିଛନ୍ତି। ଏଥିସହ ସେ ଉଲ୍ଲେଖ କରିଛନ୍ତି,  ଆପଣ ପିଜାକୁ ଦୁଇ ଖଣ୍ଡ କରିବାକୁ ଯଦି ଚାର୍ଜ କରିବେ, ତେବେ ଆମେ ଦେଉଥିବା ପିଜାର ମୂଲ୍ୟ କ’ଣ ପାଇଁ ଉଦ୍ଦିଷ୍ଟ ।

ରେଷ୍ଟୁରାଣ୍ଟର ମାଲିକ ଏ ସମ୍ପର୍କରେ ଅଜବ ଯୁକ୍ତି ବାଢିଛନ୍ତି। ତାଙ୍କ କହିବାନୁଯାୟୀ, ଗ୍ରାହକଙ୍କୁ ଖାଦ୍ୟ ପରଷିବା ବେଳେ ତାଙ୍କ ଅନୁରୋଧ ରକ୍ଷା କରି ଆମକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏପରିକି ଏଥିନିମନ୍ତେ ଗୋଟିଏ ବଦଳରେ ୨ଟି ପ୍ଲେଟ ବ୍ୟବହାର ହେଉଥିବା ବେଳେ ତାହାକୁ ସଫା କରିବାକୁ ଅଧିକ ସମୟ ଓ ଶ୍ରମର ଅପଚୟ ହେଉଛି। ଏଥିସହ ସେ କହିଛନ୍ତି, ପିଜାରେ ଫ୍ରେଞ୍ଚ ଫ୍ରାଇଜର ପ୍ରୟୋଗ କରାଯାଇଥିବାରୁ ତାହାକୁ କାଟିବାକୁ ମଧ୍ୟ ଅଧିକ ସମୟ ବିନିଯୋଗ କରିବାକୁ ପଡ଼ୁଛି। ମାତ୍ର ଗ୍ରାହକଜଣକ ରେଷ୍ଟୁରାଣ୍ଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ତାଙ୍କ ବିଲ୍‌ରୁ ଅତିରିକ୍ତ ଚାର୍ଜକୁ ହଟାଇ ଦିଆଯାଇଥାନ୍ତା ବୋଲି ସେ କହିଛନ୍ତି।

ଇଟାଲୀରେ ଏହି ଘଟଣା ପ୍ରଥମ ଘଟଣା ନୁହେଁ । କାରଣ ପୂର୍ବରୁ ମଧ୍ୟ ଉକ୍ତ ଦେଶ ଭ୍ରମଣ କରିଥିବା ପର୍ଯ୍ୟଟକମାନେ ସେଠାରେ ଭୋଜନର ମାତ୍ରାଧିକ ମୂଲ୍ୟ ଚାର୍ଜ କରାଯାଉଥିବା ଅଭିଯୋଗ କରିଥିଲେ। ତେଣୁ ଆପଣ ନିକଟ ଭବିଷ୍ୟତରେ ଇଟାଲି ଯିବାକୁ ଯୋଜନା କରୁଥିଲେ , ନିଜ ପକେଟକୁ ସୁହାଇଲା ପରି ଖାଦ୍ୟର ମୂଲ୍ୟ ବାଛି ନିଅନ୍ତୁ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yfu8360

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages