୩୧ରେ ଉତ୍‌କେଲାରୁ ଭୁବନେଶ୍ୱରକୁ ଉଡିବ ବିମାନ;ଆଜି ଟ୍ରାଏଲ ରନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 28, 2023

୩୧ରେ ଉତ୍‌କେଲାରୁ ଭୁବନେଶ୍ୱରକୁ ଉଡିବ ବିମାନ;ଆଜି ଟ୍ରାଏଲ ରନ୍

ଆସନ୍ତା ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଉତକେଲାରୁ ଭୁବନେଶ୍ୱରକୁ ଉଡିବ ବିମାନ। ‌ଏହାପୂର୍ବରୁ ପୂର୍ବରୁ ଆଜି ଟ୍ରାଏଲ ରନ୍ କରାଯିବ। ସଫଳତାର ସହ କିଭଳି ଉତକେଲାରୁ ବିମାନ ଉଡାଣ କରିବ। ସେଥିପାଇଁ DGCA ପକ୍ଷରୁ ଏହି ଉଡାଣ ପରୀକ୍ଷଣ କରାଯିବ।

ଆଜିର ଟ୍ରାଏଲ୍ ରନ୍ ସଫଳ ହେଲା ପରେ ଅଗଷ୍ଟ ୩୧ ତାରିଖରୁ ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଗ୍ୱାଲିଅରରୁ ଏହାର ଶୁଭାରମ୍ଭ କରିବେ। ଏଥି ସହିତ ଭୁବନେଶ୍ୱର ଏୟାରପୋର୍ଟରେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉତକେଲାବିମାନ ବନ୍ଦରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।ସେହି ଦିନ ସକାଳ ୧୦ଟା ୩୫ରେ ବିମାନଟି ଭୁବନେଶ୍ୱରରୁ ଉତ୍‌କେଲା ଅଭିମୁଖେ ଯାତ୍ରା କରିବ।

ଉତ୍‌କେଲା ହେବ ରାଜ୍ୟର ୫ମ ବିମାନ ବନ୍ଦର, ଯେଉଁଠାକୁ ବିମାନ ଉଡ଼ିବ। ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ଭୁବନେଶ୍ୱରରୁ ଉତ୍‌କେଲାକୁ ବିମାନ ଚଳାଚଳ କରିବ। ପ୍ରତ୍ୟେକ ଦିନ ଗୋଟିଏ ଥର ବିମାନ ଚଳାଚଳ କରିବ। ଅର୍ଥାତ୍ ଭୁବନେଶ୍ୱରରୁ ଉତକେଲାକୁ ଯିବ ଓ ସେଠାରୁ ଭୁବନେଶ୍ୱରକୁ ଫେରିବ।ପ୍ରାରମ୍ଭିକ ସ୍ତରରେ ବିମାନ କେବଳ ଭୁବନେଶ୍ୱରରୁ ଉତ୍‌କେଲାକୁ ଯିବ। ପରବର୍ତ୍ତୀ ସମୟରେ ଏହାକୁ ରାୟପୁର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ଅର୍ଥାତ୍ ବିମାନ ଭୁବନେଶ୍ୱରରୁ ଉତ୍‌କେଲା ଯାଇ ସେଠାରୁ ରାୟପୁର ଯିବ। ସେହିପରି ବିମାନ ରାୟପୁରରୁ ଉତ୍‌କେଲା ଆସିବ ଓ ସେଠାରୁ ଭୁବନେଶ୍ୱର ଫେରିବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LD6qEKQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages