ଜାତିଗତ ଆକ୍ଷେପ ସହ ଚାପୁଡ଼ା ମାରିବା ଘଟଣା; ସ୍କୁଲ ଛାଡ଼ିଲେ ଛାତ୍ର, ଶିକ୍ଷୟିତ୍ରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 28, 2023

ଜାତିଗତ ଆକ୍ଷେପ ସହ ଚାପୁଡ଼ା ମାରିବା ଘଟଣା; ସ୍କୁଲ ଛାଡ଼ିଲେ ଛାତ୍ର, ଶିକ୍ଷୟିତ୍ରୀ ଗିରଫ

ଉତ୍ତର ପ୍ରଦେଶର ଏକ ସ୍କୁଲରେ ଜଣେ ମୁସଲିମ୍ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଚାପୁଡ଼ା ମାରିବା ଘଟଣାକୁ ନେଇ ତେଜିଥିବା ବିବାଦ ଥମିବା ନାଁ ଧରୁନି। ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପୀଡ଼ିତ ଛାତ୍ରଙ୍କୁ ଉକ୍ତ ସ୍କୁଲରୁ ନିଆଯାଇ ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଆଡମିଶନ କରାଯାଇଛି। ଉକ୍ତ ଛାତ୍ରଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ଜାମିଆତ- ଇ- ଉଲେମା ନାମକ ସଙ୍ଗଠନ ବହନ କରିବ ବୋଲି ଜଣାଯାଇଛି। ଏଥିସହ ଏହି କାଣ୍ଡ ଘଟାଇଥିବା ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀଙ୍କୁ ଗିରଫ କରାଯାଇଛି।

ଜାମିଆତ- ଇ- ଉଲେମା ନାମକ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇ ଗଣମାଧ୍ୟମକୁ କୁହାଯାଇଛି, ଏହି ସଙ୍ଗଠନ ପକ୍ଷରୁ ପିଲାଟିର ଆଡମିଶନଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ବହନ କରାଯିବ । ପିଲାଟି ଯେଉଁ ପର୍ଯ୍ୟନ୍ତ ପାଠ ପଢ଼ିବାକୁ ଚାହିଁବ ସଙ୍ଗଠନ ତାକୁ ଆର୍ଥିକ ସହାୟତା ଯୋଗାଇ ଚାଲିବ ବୋଲି ଲିଖିତ ଭାବେ କୁହାଯାଇଛି। ଏପରିକି ପିଲାଟିର ଘରଠାରୁ ସ୍କୁଲଟି କିଛି କିଲୋମିଟର ଦୂର ହୋଇଥିବାରୁ ପିଲାଟି ପାଇଁ ସଂସ୍ଥ୍ୟା ତରଫରୁ ଗାଡ଼ି ବ୍ୟବସ୍ଥା ବି କରାଯିବ । ସଙ୍ଗଠନ ସଦସ୍ୟ ପୀଡ଼ିତ ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରି ସାରିଛନ୍ତି। ଏପରିକି ଗତକାଲି ପିଲାଟିର ବାପା ନୂତନ ସ୍କୁଲକୁ ଯାଇ ପିଲାଟିର ଆଡମିଶନ ପ୍ରକ୍ରିୟା ଶେଷ କରିଥିବା ଜଣାଯାଇଛି।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟିତ୍ରୀଙ୍କ ଏପରି କାର୍ଯ୍ୟକଳାପକୁ ଚାରିଆଡ଼ୁ ସମାଲୋଚନା କରାଯାଉଛି। ଏପରିକି ଉତ୍ତରପ୍ରଦେଶର ସଂଖ୍ୟାଲଘୁ କମିଶନ ପକ୍ଷରୁ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଉଛି। ଏହି ଘଟଣାର ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ କୁହାଯାଇଛି। ଏଥିସହ ଏହି ଘଟଣା ଘଟାଇଥିବା ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀଙ୍କୁ ଆସନ୍ତା ୬ ତାରିଖରେ କମିଶନ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ପୀଡ଼ିତ ଛାତ୍ରଙ୍କ ମାନସିକତା ଉପରେ ଏହି ଘଟଣା ଖୁବ୍‌ ପ୍ରଭାବ ପକାଇଥିବା ବେଳେ ସେ ଅସ୍ୱାଭାବିକ ବ୍ୟବହାର କରିବା ସହ ରାତିରେ ନିଦ ହେଉ ନ ଥିବା ତାଙ୍କ ବାପା କହିଛନ୍ତି। ଏଥିନିମନ୍ତେ ସେ ପୁଅର ସ୍ୱାସ୍ଥ୍ୟ ପରୀକ୍ଷା କରି ସାରିଥିବା ବି କହିଛନ୍ତି।

ଏହି ଘଟଣାକୁ ନେଇ ଚାରି ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀ ନିଜ ଭୁଲ୍‌ ସ୍ୱୀକାର କରିଛନ୍ତି। କିନ୍ତୁ ସେ ଜଣେ ଭିନ୍ନକ୍ଷମ ମହିଳା ହୋଇଥିବାରୁ ଓ ପିଲାଟି ପାଠ କରି ନ ଥିବାରୁ ସେ ଅନ୍ୟ ପିଲାଙ୍କ ଦ୍ୱାରା ଏପରି କରିଥିବା କହିଛନ୍ତି। ମାତ୍ର ଏବେ ଏହାକୁ ରାଜନୀତିର ରଙ୍ଗ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ନେହା ନାମକ ଏକ ବେସରକାରୀ ସ୍କୁଲରେ ଏହି ଘଟଣା ଘଟିଥିଲା। ଜଣେ ମୁସଲିମ୍ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ପ୍ରିନ୍ସପାଲ୍ ତୃପ୍ତି ତ୍ୟାଗୀ ମାଡ଼ ମାରିବାକୁ ଅନ୍ୟ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭାଇରାଲ୍ ଭିଡିଓ ଅନୁସାରେ, ପିଲାଟିକୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ୟ ପିଲାମାନେ ଚାପୁଡ଼ା ମାରିଛନ୍ତି। ଚାପୁଡ଼ାର ଠୋ ଠୋ ଶବ୍ଦ ଶ୍ରେଣୀ ଗୃହକୁ ପ୍ରକମ୍ପିତ କରୁଛି।

ଧୀରେ ମାଡ଼ ହେଉଥିଲେ କାହିଁକି ଜୋରରେ ମାରୁ ନାହଁ ବୋଲି ରାଗରେ ଶିକ୍ଷୟିତ୍ରୀ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଏଥିସହ ଶିକ୍ଷୟିତ୍ରୀ ଜଣକ ଆହୁରି କହୁଛନ୍ତି, ମୁଁ ଘୋଷଣା କରୁଛି, ଏହିପରି ପ୍ରତ୍ୟେକ ମୁସଲିମ ପିଲା ମାଡ଼ ଖାଇବା ଉଚିତ୍। ଭିଡିଓ ଭାଇରାଲ୍ ହେବା ପରେ ଖୁବ୍ ନିନ୍ଦା କରାଯାଉଛି। ଏନେଇ ସମ୍ପୃକ୍ତ ଛାତ୍ରଙ୍କ ବାପା ମଧ୍ୟ ଥାନାରେ ଏତଲା ଦେଇଥିଲେ। ପୁଲିସ ମଧ୍ୟ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/niBuY05

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages