ମଝି ଆକାଶରେ ୧୫ ଘଣ୍ଟା ଫସି ରହିଲା କେବୁଲ୍‌ କାର୍‌, ଭିତରେ ଥିଲେ ୮ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 22, 2023

ମଝି ଆକାଶରେ ୧୫ ଘଣ୍ଟା ଫସି ରହିଲା କେବୁଲ୍‌ କାର୍‌, ଭିତରେ ଥିଲେ ୮ ଜଣ

ଭୂମିଠୁ ୯ଶହ ମିଟର ଉପରେ ଝୁଲି ରହିଥିଲା କେବୁଲ କାର୍‌ । ଆଉ ତା’ ଭିତରେ ଫସି ରହିଥିଲେ ୮ ଜଣ। ସେମାନଙ୍କ ମଧ୍ୟରେ ୭ ଜଣ ଛୋଟ ପିଲା ଥିବା ବେଳେ ଜଣେ ଥିଲେ ଯୁବକ । ଜୀବନ, ମରଣର ଦୋ ଛକିରେ ୮ ଜୀବନ ପ୍ରାୟ ୧୫ ଘଣ୍ଟା ଫସି ରହିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ପାକିସ୍ତାନରେ ଘଟିଛି।

ଉତ୍ତର ଇସଲାମବାଦଠୁ ୨୫ କିମି ଦୂରରେ ଥିବା ବଟଗ୍ରାମ୍‌କୁ ଚାରିପଟୁ ପାହାଡ଼ ଘେରି ରହିଛି। ଏହି ଅଞ୍ଚଳର ପିଲାମାନେ ନିତିଦିନ କେବୁଲ କାର୍‌ରେ ପାହାଡ଼ ଅପର ପାର୍ଶ୍ୱରେ ଥିବା ସ୍କୁଲକୁ ଯାଇଥାନ୍ତି।

ଗତକାଲି ମଧ୍ୟ ୭ ପିଲା ସକାଳେ କେବୁଲ କାର୍‌ରେ ସ୍କୁଲ ଯାଉଥିବା ବେଳେ ତାଙ୍କ ସହ ଜଣେ ୨୦ ବର୍ଷୀୟ ଯୁବକ ବି ଥିଲେ। ସମସ୍ତ ପିଲାଙ୍କ ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ଜଣାଯାଇଛି। ମାତ୍ର କେବୁଲ କାର୍‌ଟି ମଝିରେ ପହଞ୍ଚିଥିବା ବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଆଉ ଆଗକୁ ଯାଇ ପାରି ନ ଥିଲା।  ଉକ୍ତ ସମୟରେ କେବୁଲ କାର୍‌ଟି ଭୂମିଠୁ ପ୍ରାୟ ୯ଶହ ମିଟର ଉପରେ ଥିଲା।

ଏହି ଖବର ପ୍ରଚାରିତ ହେବା ପରେ କିପରି ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା। ଏପରି ଅତ୍ୟଧିକ ଗରମ ସହ ଭୟଭୀତ ହୋଇ ବହୁ ପିଲା କେବୁଲ କାର୍‌ ଭିତରେ ବେହୋସ ହୋଇଗଲେ। ମିଲିଟାରୀ, ରେସକ୍ୟୁ ଟିମ୍‌, ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ଲୋକଙ୍କ ସହାୟତାରେ ଆରମ୍ଭ ହୋଇଥିବା ଏହି ଉଦ୍ଧାର କାର୍ଯ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଲା। ଏପରିକି ରାତି ହୋଇଯିବାରୁ ଫ୍ଲଡ ଲାଇଟ୍‌ ବ୍ୟବସ୍ଥା କରାଯାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଗଲା। 

ଉଦ୍ଧାର କାର୍ଯ୍ୟରେ ମିଲିଟାରୀ ହେଲିକପ୍ଟରର ବ୍ୟବହାର କରାଯାଇଥିବା ବେଳେ ସେଥିରେ ୨ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ମାତ୍ର ହେଲିକପ୍ଟର କେବୁଲ କାର୍‌ ନିକଟରେ ପହଞ୍ଚିବା ଯୋଗୁ ଅତ୍ୟଧିକ ପବନ ହେବା ସହ ଏହାର ବ୍ଲେଡ ପିଲାଙ୍କ ଶରୀରରେ ବାଜିବାର ଭୟ ଥିବାରୁ ଏହାଦ୍ୱାରା ରେସକ୍ୟୁ ଅପରେସନ ସାରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଗଲା।

ଏହାପରେ କେବୁଲ କାର୍‌ ବିଶେଷଜ୍ଞ ଟିମ୍‌ ଉକ୍ତ ପିଲାଙ୍କ ନିକଟରେ ଆଉ ଏକ ଛୋଟ କେବୁଲ କାର୍‌ ଲଗାଇ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲେ। ଏହାପରେ ହେଲିକପ୍ଟରୁ ଖସା ଯାଇଥିବା ରଶିରେ ପିଲାମାନେ ନିଜକୁ ବାନ୍ଧି ଦେଇଥିଲେ। ଏହାପରେ ସେମାନଙ୍କୁ ଅତି ସତର୍କତାର ସହ ନିକଟସ୍ଥ ଅନ୍ୟ ଏକ କେବୁଲ କାର୍‌କୁ ନିଆଯାଇଥିଲା। ଏପରି ଭାବେ ଦୀର୍ଘ ୧୫ ଘଣ୍ଟାର ଅପରେସନ ପରେ ଏହି ସାଂଘାତିକ ରେସକ୍ୟୁ ଅପରେସନ ଶେଷ ହୋଇଥିବା ସହ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି। 

ଏହା ଏକ ଖୁବ୍‌ ବିପଦପୂର୍ଣ୍ଣ ରେସକ୍ୟୁ ଅପରେସନ ଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।  ଅତି ବିପଦପୂର୍ଣ୍ଣ ରେସକ୍ୟୁ ଅପରେସନକୁ ପାକିସ୍ତାନ ମିଲିଟାରୀ ପକ୍ଷରୁ ସଫଳତାର ସହ ଶେଷ କରାଯାଇଥିବା ଟ୍ୱିଟ କରାଯାଇଛି।

ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର-ଉଲ୍‌-ହକ୍‌ କକର ଟ୍ୱିଟ କରିଛନ୍ତି। ମିଲିଟାରୀ, ରେସକ୍ୟୁ ଟିମ୍‌, ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମ ଯୋଗୁ ଏହା ସମ୍ଭବ ହେଲା ବୋଲି ସେ କହିଛନ୍ତି। ଏହା ଅତି ଗୁରୁତ୍ୱପୂର୍ଣ୍ଣ ରେସକ୍ୟୁ ଅପରେସନ ଥିବା ବେଳେ ଏଥିରେ ବହୁ ଜ୍ଞାନ କୌଶଳର ପ୍ରୟୋଗ କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/eGjL8uR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages