‘ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥିବା ବେଳେ ନର୍ସମାନେ ବି ସମାନ ସମ୍ମାନର ହକଦାର ଅଟନ୍ତି। ସେମାନେ ମରଣ ମୁହଁରୁ ମଣିଷକୁ ଫେରାଇ ଆଣିବାକୁ ଆପ୍ରାଣ ଚେଷ୍ଟା କରିଥାନ୍ତି। ମାତ୍ର ବ୍ରିଟେନରେ ଥିବା ଜଣେ ନର୍ସ ସ୍ୱୀକାର କରିଛନ୍ତି ଯେ, ମୁଁ ସୈତାନ ।’ କାରଣ ସେ ନିଜ ହାତରେ ୭ ନବଜାତ ଶିଶୁଙ୍କ ଜୀବନ ନେଇଥିବା ସ୍ୱୀକାର କରିଛନ୍ତି। ପୁଲିସ୍ ସମ୍ପୃକ୍ତ ନର୍ସଙ୍କୁ ଗିରଫ କରିଥିବା ବେଳେ ଘଟଣାର ଖୁଲାସା ହୋଇଛି। ଏହି ନର୍ସଙ୍କୁ ଧରାଇବାରେ ଜଣେ ଭାରତୀୟ ଡାକ୍ତର ବି ପୁଲିସ୍କୁ ସହଯୋଗ କରିଥିବା ଜଣାଯାଇଛି।
୩୩ ବର୍ଷୀୟା ଏପରି ନୃଶଂସ ନର୍ସ ହେଉଛନ୍ତି ଲେଟବୀ । ସେ ଉତ୍ତର ବ୍ରିଟେନର ଏକ ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ଏହି ସମୟରେ ୨୦୧୫ ଜୁନ୍ରେ ୩ ସୁସ୍ଥ ଶିଶୁଙ୍କ ମୃତ୍ୟୁ ପରେ ଚିକିତ୍ସକମାନେ ଚିନ୍ତା ପ୍ରକଟ କରିଥିଲେ। ମାତ୍ର ଧୀରେ ଧୀରେ ଏହି ସଂଖ୍ୟା ବଢ଼ି ୭ରେ ପହଞ୍ଚିଥିଲା।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ଲେଟବୀଙ୍କୁ ଗିରଫ କରିଥିଲା। ଏହି ମାମଲାର ବିଚାର ଚାଲିଥିବା ବେଳେ ଗତକାଲି ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ସୋମବାର ତାଙ୍କ ବିରୋଧରେ ଦଣ୍ଡ ବିଧାନ ଘୋଷଣା କରାଯିବ ।
ଲେଟବୀ ଏପରି ନୃଶଂସ ଭାବେ ଛୋଟ ଛୁଆଙ୍କୁ ମାରି ଦେଉଥିଲେ ଯିଏ ଶୁଣିବ ତା’ ଲୋମ ଟାଙ୍କୁରି ଉଠିବ । ସେ କେତେବେଳେ ନବଜାତଙ୍କୁ ଅତ୍ୟଧିକ କ୍ଷୀର ପିଆଇ ତାଙ୍କ ଜୀବନ ନେଉଥିଲେ ତ କେତେବେଳେ ତାଙ୍କ ରକ୍ତରେ ପବନ ପଶାଇ ଦେଉଥିଲେ ତ କେତେବେଳେ ଇନସୁଲିନ ଦେବାକୁ ପଛାଉ ନ ଥିଲେ। ଆଉ ଏହା ସମ୍ପର୍କରେ ଯେପରି କେହି ଜାଣି ନ ପାରିବେ ସେତେବେଳେ ସେ ଏହାକୁ ସ୍ୱାଭାବିକ ମୃତ୍ୟୁ ପରି ଚିତ୍ରଣ କରୁଥିଲେ।
ମାତ୍ର ସ୍ୱାଭାବିକ ଶିଶୁଙ୍କ ଏପରି ମୃତ୍ୟୁ ଘଟଣାକୁ ଚିକିତ୍ସକମାନେ ଗୁରୁତର ସହ ନେଇଥିବା ବେଳେ ଏହାପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରି ଲେବବୀଙ୍କୁ ବାନ୍ଧିଥିଲେ। ଏହାପରେ ଲେବବୀଙ୍କ ଘର ଯାଞ୍ଚ ବେଳେ ପୁଲିସ୍ ଯେଉଁ ସବୁ ନୋଟ୍ ପାଇଲା ପୁଲିସ୍ ପାଦ ତଳୁ ମାଟି ଖସିଗଲା। ଉକ୍ତ ଚିଠିରେ ଲେଖାଥିଲା, ମୁଁ ସୈତାନ । ମୁଁ ଜାଣିଶୁଣି ସମସ୍ତ ଶିଶୁଙ୍କୁ ମାରି ଦେଇଛି। ମୁଁ ବହୁତ ଖରାପ ।
ମଞ୍ଚେଷ୍ଟର କ୍ରାଉନ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ନର୍ସ ଲେଟବୀ ୭ ଶିଶୁଙ୍କୁ ହତ୍ୟା କରିଥିବା ପ୍ରମାଣିତ ହେଲା। ଏଥିସହ ୬ ଶିଶୁଙ୍କୁ ସେ ହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି।
ଏ ସମ୍ପର୍କରେ ଇଂଲଣ୍ଡରେ କାର୍ଯ୍ୟରତ ଭାରତୀୟ ଡାକ୍ତର ରବି ଜୟରାମ କହିଛନ୍ତି, ପୂର୍ବରୁ ନର୍ସ ଲୁସି ଲେଟବୀଙ୍କ ଉପରେ ଧ୍ୟାନ ଦିଆଯାଇଥିଲେ ହୁଏତ କିଛି ନୀରିହ ଶିଶୁ ବଞ୍ଚି ଯାଇଥାନ୍ତେ। ଫଳରେ ସେମାନେ ଏବେ ସ୍କୁଲ ଯାଉଥାନ୍ତେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/qf3SO5u
No comments:
Post a Comment