କୋହଳ ହେଲା ଶିକ୍ଷକଙ୍କ ବଦଳି ନୀତି: ୩୦ ଦିନ ପରେ କରିପାରିବେ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 19, 2023

କୋହଳ ହେଲା ଶିକ୍ଷକଙ୍କ ବଦଳି ନୀତି: ୩୦ ଦିନ ପରେ କରିପାରିବେ ଆବେଦନ

ରାଜ୍ୟର ପ୍ରାଥମିକ ସ୍କୁଲରୁ ହାଇସ୍କୁଲ ପର୍ଯ୍ୟନ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବଦଳି ନୀତିକୁ ରାଜ୍ୟ ସରକାର ଅଧିକ କୋହଳ କରିଛନ୍ତି । ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆନ୍ତଜିଲ୍ଲା ବଦଳି ପ୍ରକ୍ରିୟାକୁ ଅଧିକ ସରଳ କରିବା ସହ ଏଥିରେ ଆବଶ୍ୟକ ପରିବର୍ତ୍ତନ ଆଣିଛନ୍ତି । ଏହି ପରିବର୍ତ୍ତନଗୁଡ଼ିକ ଆସନ୍ତା ୩୦ଦିନ ମଧ୍ୟରେ ଅନଲାଇନ୍ ଟ୍ରାନ୍ସଫର ପୋର୍ଟାଲରେ ସାମିଲ କରାଯିବ । ଏନେଇ ଉଭୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୋର୍ଟାଲରେ ଏହି ସଂଶୋଧିତ ନିଷ୍ପତ୍ତି ୩୦ଦିନ ମଧ୍ୟରେ ସାମିଲ କରାଯିବ ଓ ଏହାପରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବଦଳି ପାଇଁ ଆବେଦନ କରିପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ଦାବି ଓ ଅଭିଯୋଗକୁ ବିଚାରକୁ ନେଇ ବଦଳି ନିୟମରେ ପରିବର୍ତ୍ତନ କରାଯାଇଛି । ଏହାଫଳରେ ଆନ୍ତଃଜିଲ୍ଲା ବଦଳି ଚାହୁଁଥିବା ବହୁ ଶିକ୍ଷକ ଉପକୃତ ହେବେ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ୨୦୧୮ ମସିହାରୁ ଶିକ୍ଷକମାନଙ୍କ ସମସ୍ତ ବଦଳି ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ସମ୍ପାଦନ ହେଉଛି ।ବିଭାଗ ନେଇଥିବା ନୂଆ ନିଷ୍ପତ୍ତି ଅନୁସାରେ ନିୟମିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କର ସମାନ ଗ୍ରେଡ୍ ଓ ଲେଭଲ୍ ଏବଂ ସମାନ ସାମାଜିକ ବର୍ଗର ସହମତି ଭିତ୍ତିରେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଶିକ୍ଷାଗତ ଯୋଗ୍ୟ ଏହି କ୍ଷେତ୍ରରେ ନିର୍ଦ୍ଧାରକ ହେବନାହିଁ । ସେହିପରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ପତି କିମ୍ବା ପତ୍ନୀ ଅବା ସେମାନଙ୍କର ସନ୍ତାନ ଯଦି କୌଣସି ଟର୍ମିନାଲ ରୋଗରେ ପୀଡ଼ିତ ଥିବେ,ତା’ହେଲେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ମେଡିକାଲ ବୋର୍ଡର ପ୍ରମାଣପତ୍ର ଆବଶ୍ୟକ ପଡ଼ିବ । ତେବେ ଉକ୍ତ ଶିକ୍ଷକଙ୍କ ପାଇଁ ଉପଯୁକ୍ତ ସ୍ତରରେ ପଦବୀ ଖାଲି ଥିବା ଜରୁରୀ । ସେହିପରି ଶିକ୍ଷକଙ୍କର କୌଣସି ସନ୍ତାନ ଯଦି ୯୦% ବା ତଦୁର୍ଦ୍ଧ୍ୱ ଶାରୀରିକ ଭିନ୍ନକ୍ଷମ ହୋଇଥିବେ ଏବଂ ସେହି ସନ୍ତାନ ସ୍କୁଲ ଯାଇ ଯଦି ଶିକ୍ଷା ଗ୍ରହଣ କରିବାକୁ ସକ୍ଷମ ହେଉନଥିବେ ତଥା ଜିଲ୍ଲା ମେଡିକାଲ ବୋର୍ଡର ପ୍ରମାଣପତ୍ର ଅନୁସାରେ ଘରୋଇ ତତ୍ୱାବଧାନ ଆବଶ୍ୟକ କରୁଥିବେ ତା’ହେଲେ ସମ୍ପୃକ୍ତ ଶିକ୍ଷକ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ସେଥିପାଇଁ ସମାନ ସାମାଜିକ ବର୍ଗ ତଥା ସମାନ ଗ୍ରେଡ ଓ ଲେଭଲରେ ପଦବୀ ଖାଲି ଥିବା ଜରୁରୀ । ସେହିପରି ଯଦି ଉଭୟ ପତିପତ୍ନୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବେ ତା’ହେଲେ ସେମାନେ କାର୍ଯ୍ୟ କରୁଥିବା କୌଣସି ଏକ ଜିଲ୍ଲାକୁ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ଏଥିପାଇଁ ସମାନ ସାମାଜିକ ବର୍ଗ, ଗ୍ରେଡ୍ ଓ ଲେଭଲ ପଦବୀ ଖାଲି ଥିବା ଜରୁରୀ ।

ସେହିପରି ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଟର୍ମିନାଲ ଅସୁସ୍ଥତାକୁ ଆଧାରରେ ଆନ୍ତଃଜିଳ୍ଲା ବଦଳି ହୋଇପାରିବ । ପତି-ପତ୍ନୀ କିମ୍ବା ନାବାଳକ ସନ୍ତାନ ଯଦି ଟର୍ମିନାଲ ଅସୁସ୍ଥତାର ଶିକାର ହୋଇଥିବେ ତା’ହେଲେ ସେ ଆନ୍ତଜିଲ୍ଲା ବଦଳି ପାଇଁ ଆବେଦନ କରିପାରିବେ । ଶାରୀରିକ ଭିନ୍ନକ୍ଷମ ଶିକ୍ଷକଙ୍କ ବଦଳିକୁ ରାଜ୍ୟ ମେଡିକାଲ ବୋର୍ଡ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ୍ ଆଧାରରେ ହିଁ ବିଚାରକୁ ନିଆଯିବ । ଯେଉଁ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ସନ୍ତାନସନ୍ତତି ୯୦% ବା ତଦୁର୍ଦ୍ଧ୍ୱ ଶାରୀରିକ ଭିନ୍ନକ୍ଷମ ହୋଇଥିବେ ଓ ଜିଳ୍ଲା ମେଡିକାଲ ବୋର୍ଡ ଘରୋଇ ତତ୍ତ୍ୱାବଧାନ ପାଇଁ ପରାମର୍ଶ ଦେଇଥିବେ ସେ କ୍ଷେତ୍ରରେ ଉକ୍ତ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ଆନ୍ତଃଜିଲ୍ଲ ବଦଳି ପାଇଁ ଅନୁମତି ମିଳିବ । ତେବେ ଉକ୍ତ ବଦଳି କେବଳ ସମାନ ବର୍ଗ,ଗ୍ରେଡ୍ ଓ ସ୍ତରରେ ଖାଲିଥିବା ପଦବୀକୁ ବିଚାରକୁ ନେଇ କରାଯିବ । ଏଥିପାଇଁ ସମ୍ପୃକ୍ତ ଶିକ୍ଷକଙ୍କୁ ଜିଲ୍ଲା ମେଡିକାଲ ବୋର୍ଡର ସାଟିଫିକେଟ୍ ଦାଖଲ କରିବାକୁ ପଡ଼ିବ ।

ଯଦି ଉଭୟ ପତି-ପତ୍ନୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଶିକ୍ଷକତା କରୁଥିବେ ତା’ହେେ ସମାନ ବର୍ଗ, ଗ୍ରେଡ୍ ଓ ପଦବୀ ଅନୁସାରେ ସେମାନେ ଚାକିରୀ କରୁଥିବା ଯେକୌଣସି ଗୋଟିଏ ଜିଲ୍ଲାକୁ ବଦଳି ହୋଇପାରିବେ ।

ସେହିପରି ଟର୍ମିନାଲ ଅସୁସ୍ଥତା, ପରସ୍ପର ସହମତିରେ ବଦଳି ଓ ୯୦% ବା ତଦୁର୍ଦ୍ଧ୍ୱ ଅଧିକ ଭିନ୍ନକ୍ଷମ ସନ୍ତାନସନ୍ତତି ଥିବା ହାଇସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ୧୫ବର୍ଷିଆ ବଦଳି ନିୟମ ଲାଗୁ କରାଯିବ ନାହିଁ ବୋଲି ବିଭାଗ କହିଛି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ldH2Amu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages