କିପରି ହେବ ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ? ଜାଣନ୍ତୁ, ପୂରା ପ୍ରକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 22, 2023

କିପରି ହେବ ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ? ଜାଣନ୍ତୁ, ପୂରା ପ୍ରକ୍ରିୟା

ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂକୁ ସମଗ୍ର ବିଶ୍ୱବାସୀ ଉତ୍କଣ୍ଠାର ସହ ଚାହିଁ ରହିଥିବା ବେଳେ ଏହା କିପରି ସମ୍ଭବ ହେବ ତାକୁ ନେଇ ମନରେ ରହିଛି ଅସମାହିତ ପ୍ରଶ୍ନ । ଏହି ପ୍ରକ୍ରିୟା ଅତି ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିବା ବେଳେ ସଫଳତାର ସହ କିପରି ଲ୍ୟାଣ୍ଡିଂ ପ୍ରକ୍ରିୟା ଶେଷ ହେବ ତାହା ଉପରେ ସମସ୍ତଙ୍କ ନଜର। ତେଣୁ ଆସନ୍ତୁ ଜାଣିବା ଲ୍ୟାଣ୍ଡର୍ ଓ ରୋଭର ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଚନ୍ଦ୍ରୟାନ-୩ ଲ୍ୟାଣ୍ଡର ଓ ରୋଭରକୁ ମିଶାଇ ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ । ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ । ଛୋଟ କାର୍ ଆକାରର ଲ୍ୟାଣ୍ଡରର ଲମ୍ବ ୨ ମିଟର, ଓସାର ବି ୨ ମିଟର୍ । ଉଚ୍ଚତା ୧.୧୬୬ ମିଟର । ଏଥିରେ ଲାଗିଛି ଏକାଧିକ କ୍ୟାମେରା, ଉନ୍ନତ ସେନ୍ସର । ସୁରକ୍ଷିତ ଅବତରଣ ପାଇଁ ତଳେ ଲାଗିଛି ୪ଟି ଥ୍ରଷ୍ଟର୍ ଏବଂ ୪ଟି ମଜବୁତ ଗୋଡ଼।

ସଫ୍ଟଲ୍ୟାଣ୍ଡିଂ ବେଳେ ୪ଟି ପର୍ଯ୍ୟାୟ ଦେଇ ଗତି କରିବ ଲ୍ୟାଣ୍ଡର୍ । ରଫ୍ ବ୍ରେକିଂ ଫେଜ୍, ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍, ଫାଇନ୍ ବ୍ରେକିଂ ଫେଜ୍ ଏବଂ ଟର୍ମିନାଲ୍ ଡିସେଣ୍ଟ ଫେଜ୍ । ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୫ଟା ୪୫ ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ବେଳେ, ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତାରେ ଖୁବ୍ ଦ୍ରୁତ ଗତିରେ ଯାଉଥିବ ଲ୍ୟାଣ୍ଡର୍। ଏହାର ବେଗ ଥିବ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର। ତେଣୁ ଏହାର ବେଗ କମ୍ କରିବା ପାଇଁ ୪ଟି ଯାକ ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯିବ ।

୩୦ କିଲୋମିଟର ଉଚ୍ଚତାରୁ ଏହା ସିଧା ରଫ୍ ବ୍ରେକିଂ ପର୍ଯ୍ୟାୟରେ ଖସିଆସିବ ୭.୫ କିଲୋମିଟର ଉଚ୍ଚତା ଯାଏଁ। ଏହାପରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୬.୮ କିଲୋମିଟର ଉଚ୍ଚରେ ଥିବ, ସେତେବେଳେ କେବଳ ୨ଟି ପର୍ଯ୍ୟାୟ ଚାଲୁ ରହିବ ଏବଂ ବାକି ୨ଟିକୁ ବନ୍ଦ କରିଦିଆଯିବ। ସେତେବେଳେ ଲ୍ୟାଣ୍ଡରର ବେଗ ୪ ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର ୩୫୦ ମିଟର ଥିବ।

ଏହାପରେ ୮ଶହ ମିଟର ଅଲ୍ଟିଚ୍ୟୁଡରେ ଏହାର ବେଗ ଶୂନ ହୋଇଯିବ ଏବଂ ଏହା ସିଧା ତଳକୁ ଖସିବା ଆରମ୍ଭ କରିବ। ଫାଇନ୍ ବ୍ରେକିଂ ଫେଜ୍ ପରେ ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ ମିଟର ଉଚ୍ଚତାରେ ଥିବ, ସେତେବେଳେ ଏହା ନିଜେ କ୍ୟାମେରା ଓ ସେନ୍ସର ମାଧ୍ୟମରେ ପରଖିବ ଯେ, ତଳେ କୌଣସି ପଥର କିମ୍ବା ଗର୍ତ୍ତ ନାହିଁ ତ ।

ଯଦି ସବୁକିଛି ଠିକ୍ ଥାଏ, ତେବେ ଏହା ସଫ୍ଟଲ୍ୟାଣ୍ଡ କରିବ, ନଚେତ ଆଉ ଏକ ସ୍ଥାନକୁ ବାଛିବ । ପୂରା ପ୍ରକ୍ରିୟା ଘଟିବ ୧୭ ମିନିଟ ୨୧ ସେକେଣ୍ଡରୁ ରୁ ୧୭ ମିନିଟ ୩୨ ସେକେଣ୍ଡ ମଧ୍ୟରେ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZFDRIaE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages