ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜି-20 ଦେଶ ରାଷ୍ଟ୍ରମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 9, 2023

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜି-20 ଦେଶ ରାଷ୍ଟ୍ରମୁଖ୍ୟ

ଜି-20 ଶିଖର ସମ୍ମିଳନୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜି-20 ଦେଶର ରାଷ୍ଟ୍ରମୁଖ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସକାଳେ ବାପୁଙ୍କ ସମାଧି ପୀଠରେ ପହଞ୍ଚି ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ। 

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ସ୍ୱାଗତ କରିଥିଲେ। ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଖଦିରେ ପ୍ରସ୍ତୁତ ଉପଢୌକନ ଦେଇ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ଖଦି ଥିଲା ବାପୁଙ୍କର ପରିଚୟ। କାରଣ ସେ କାଟି ଖାଅ, କୁଟି ପିନ୍ଧିବାର ଆହ୍ୱାନ ଦେଇଥିଲେ। ଏହାପରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ନିରବ ପ୍ରାର୍ଥନା କରି ବାପୁଙ୍କୁ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ସମୟରେ ବାପୁଙ୍କ ଭକ୍ତି ଗୀତ ପରିବେଷଣ ହୋଇଥିଲା।

 UK PM Rishi Sunak, wife Akshata Murty at Delhi's Akshardham templeଅକ୍ଷରଧାମରେ ପୂଜା କରୁଛନ୍ତି ସୁନକ ଦମ୍ପତି

ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱନେତାଙ୍କୁ ସାବରମତି ଆଶ୍ରମ ବାବଦରେ ସବିଶେଷ ବୁଝାଇଛନ୍ତି।  ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ପତ୍ନୀଙ୍କୁ ନେଇ ଅକ୍ଷରଧାନ ମନ୍ଦିର ଭ୍ରମଣ କରିଛନ୍ତି। ଦିଲ୍ଲୀରେ ସେପ୍ଟେମ୍ବର 9-10 ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି ଜି-20 ଶିଖର ସମ୍ମିଳନୀ। ଭାରତ ପ୍ରଥମ କରି ଏହି ସମ୍ମିଳନୀର ଅଧ୍ୟକ୍ଷତା କରୁଥିବାରୁ ଦିଲ୍ଲୀରେ ବ୍ୟାପକ ଆୟୋଜନ ହୋଇଛି।

Rishi Sunak, wife Akshata Murty at Delhi's Akshardham templeଅକ୍ଷରଧାମରେ ସୁନକ ଦମ୍ପତି


from Latest Odisha Reporter News, Breaking News Today | Top Updates on Corona - OR News https://ift.tt/MtaKvwT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages