ଏସିଆ କପ୍: 21 ରନରେ ବାଂଲାଦେଶକୁ ହରାଇଲା ଶ୍ରୀଲଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 9, 2023

ଏସିଆ କପ୍: 21 ରନରେ ବାଂଲାଦେଶକୁ ହରାଇଲା ଶ୍ରୀଲଙ୍କା

ଚଳିତ ଏସିଆ କପର ସୁପର୍-4 ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ବିଜୟୀ। 21 ରନରେ ବାଂଲାଦେଶକୁ ହରାଇ ପୂର୍ଣ୍ଣ 2 ପଏଣ୍ଟ ହାସଲ କରିଛି। ସେପଟେ ଏହି ପରାଜୟ ସହ ବାଂଲାଦେଶ ପଏଣ୍ଟ ଟେବଲ୍ ହ୍ରାସ ପାଇଛି। ପୂର୍ବ ମ୍ୟାଚରେ ଦଳ ପାକିସ୍ତାନଠୁ ହାରିଥିବା ବେଳେ ଏଥର ଶ୍ରୀଲଙ୍କାଠୁ ପରାଜୟ ବରଣ କରିଛି। ଫଳରେ ଦଳର ଫାଇନାଲ୍ ଖେଳିବା ସ୍ୱପ୍ନ ମଉଳି ଯାଇଛି।

ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଏହାପରେ ଶ୍ରୀଲଙ୍କା ପକ୍ଷରୁ ଦିମୁଥ କରୁଣାରତ୍ନେ ଓ ପଥୁମ ନିଶଙ୍କା ଓପନିଂ ଆରମ୍ଭ କରିଥିଲେ। ଦଳୀୟ ସ୍କୋର୍ 34 ବେଳକୁ କରୁଣାରତ୍ନେଙ୍କ ପ୍ରଥମ ୱିକେଟ ହରାଇଥିଲା ଦଳ। ସେ ମାତ୍ର 18 ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। ଏହା ପରେ କୁଶଲ ମେଣ୍ଡିସ୍ ମଇଦାନକୁ ଓହ୍ଲାଇଥିଲେ।  ସେ ନିଶଙ୍କାଙ୍କ ସହ ଯୋଗଦେଇ ଦଳୀୟ ସ୍କୋରକୁ 108ରେ ପହଞ୍ଚିଆଥିଲେ।

ମାତ୍ର ଏହାପରେ ନିଶଙ୍କା ଓ କୁଶଲଙ୍କ ଯୋଡି ଭାଙ୍ଗି ଯାଇଥିଲେ। ଉଭୟ 40 ଓ 50 ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। କିନ୍ତୁ ମଧ୍ୟକ୍ରମରେ ସମରବିକ୍ରମ ବଡ ବଡ ସର୍ଟ ଖେଳି ଦଳକୁ ମଜଭୁତ କରିଥିଲେ। ସେ 8 ଚୌକା 2 ଛକା ବଳରେ 93 ରନ୍ ସଂଗ୍ରହ କରିଥିଲେ। ନିର୍ଦ୍ଧାରିତ 50 ଓଭର ମଧ୍ୟରେ ଦଳ 9 ୱିକେଟ୍ ହରାଇ 257 ରନ୍ ସଂଗ୍ରହ କରିଥିଲା।

258 ରନର ଟାର୍ଗେଟକୁ ପିଛା କରି ମଇଦାନକୁ ଓହ୍ଲାଇଥିଲେ ଶାକିବ ବାହିନୀ। କିନ୍ତୁ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ଦଳ ମାତ୍ର 84 ରନ୍ ବେଳକୁ ଦଳ 4ଟି ୱିକେଟ୍ ହରାଇ ସାରିଥିଲା। କେବଳ ତୋହ୍ୱିଦ ହ୍ରିଦୋୟ ବଡ ସ୍କୋର୍ ଖେଳି ଥିଲେ। ସେ 82 ରନ୍ କରିଥିବା ବେଳେ ଅନ୍ୟ କେହି ବଡ ସ୍କୋର୍ କରିପାରି ନଥିଲେ। 48.1 ଓଭରରେ ଦଳ ସମସ୍ତ ୱିକେଟ୍ ହରାଇ 236 ରନ୍ ସଂଗ୍ରହ କରିଥିଲା। ଫଳରେ 21 ରନରେ ଶ୍ରୀଲଙ୍କା ଏହି ମ୍ୟାଚକୁ ଜିତି ନେଇଛି। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମରବିକ୍ରମାଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। 

 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/0Vc3I8i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages