ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ପାଇଁ ପଞ୍ଚମ ପଦକ ଜିତିଛନ୍ତି ରମିତା ଜିନ୍ଦଲ। ଶୁଟିଂର ମହିଳା ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି।
ଏହା ପୂର୍ବରୁ ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ଭାରତକୁ ମିଳିଥିଲା ସଫଳତା। ମେହୁଲି ଘୋଷ, ରମିତା ଓ ଆଶୀ ଚୌକସେ ଜିତିଥିଲେ ରୌପ୍ୟ ପଦକ।
ଶୁଟିଂରୁ ଦୁଇଟି ପଦକ ଆସିଥିବା ବେଳେ ରୋଇଂ ବା ନୌଚାଳନାରୁ ତିନୋଟି ପଦକ ଆସିଛି। ପୁରୁଷ ପେୟାରରେ ବାବୁଲାଲ ଯାଦବ ଓ ଲେଖ ରାମ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ଏଇଟ୍ ପେୟାର ଇଭେଣ୍ଟରେ ଭାରତକୁ ମିଳିଛି ରୌପ୍ୟ ପଦକ। ସେହିପରି ଅରବିନ୍ଦ ସିଂହ ଓ ଅର୍ଜୁନ ଲାଲ୍ ଜାଟ୍ ପୁରୁଷ ଲାଇଟ୍ୱେଟ ଡବଲ୍ ସ୍କଲ୍ସରେ ରୌପ୍ୟ ପଦକ ଜିତିଛନ୍ତି।
ଟି-ଟ୍ୱେଣ୍ଟି ମହିଳା କ୍ରିକେଟ୍ରେ ଭାରତୀୟ ଦଳ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଦଳ ଫାଇନାଲ ଖେଳିବ। ଫାଇନାଲରେ ପ୍ରବେଶ କରିବା ସହିତ ଦଳ ଏକ ପଦକ ନିଶ୍ଚିତ କରିଛି।
ଭାରତୀୟ ପୁରୁଷ ହକି ଦଳ ଉଜ୍ବେକିସ୍ତାନକୁ ୧୬-୦ ଗୋଲରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି। ସୁଇମିଂର ମହିଳା ୪ଗୁଣା ୧୦୦ ମିଟର ଫ୍ରିଷ୍ଟାଇଲ ରିଲେରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ଆଜି ସନ୍ଧ୍ୟାରେ ଏହାର ଫାଇନାଲ ଖେଳାଯିବ।
ଭାରତ ଶ୍ରୀହରି ନଟରାଜ ସୁଇମିଂର ପୁରୁଷ ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ବର୍ଗରେ ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ସନ୍ଧ୍ୟାରେ ଏହି ବର୍ଗର ଫାଇନାଲ ଅନୁଷ୍ଠିତ ହେବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/y0fIPUi
No comments:
Post a Comment