ଏସୀୟ କ୍ରୀଡ଼ା: ଟି-ଟ୍ୱେଣ୍ଟି ମହିଳା କ୍ରିକେଟର ଫାଇନାଲରେ ଭାରତ, ରୋଇଂରେ ମିଳିଲା ଆଉ ଦୁଇ ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 23, 2023

ଏସୀୟ କ୍ରୀଡ଼ା: ଟି-ଟ୍ୱେଣ୍ଟି ମହିଳା କ୍ରିକେଟର ଫାଇନାଲରେ ଭାରତ, ରୋଇଂରେ ମିଳିଲା ଆଉ ଦୁଇ ପଦକ

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ଟି-ଟ୍ୱେଣ୍ଟି ମହିଳା କ୍ରିକେଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଆଜି ଦଳ ବାଂଲାଦେଶକୁ ୮ ୱିକେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହା ସହିତ ଦଳ ଏକ ପଦକ ପକ୍କା କରିଛି।

ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଦଳ ମାତ୍ର ୫୧ ରନ୍‌ରେ ସବୁ ୱିକେଟ୍ ହରାଇଥିଲା। ୧୭.୫ ଓଭରରେ ଦଳ ୫୧ ରନ୍‌ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ମାତ୍ର ଦୁଇ ୱିକେଟ ହରାଇ ଭାତୀୟ ମହିଳା ଦଳ ୫୨ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଭାରତୀୟ ମହିଳା ଦଳ ଆସନ୍ତାକାଲି ଫାଇନାଲ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରୁ ଯେଉଁ ଟିମ୍‌ ବିଜୟୀ ହେବ ତା’ ସହିତ କାଲି ଭାରତୀୟ ଦଳ ଫାଇନାଲ୍ ଖେଳିବ।

ଅନ୍ୟପକ୍ଷରେ ଭାରତକୁ ରୋଇଂ ବା ନୌଚାଳନାରେ ଆଉ ଦୁଇଟି ପଦକ ମିଳିଛି। ପୁରୁଷ କୋକ୍ସଲେସ୍‌ ପେୟାରରେ ବାବୁଲାଲ ଯାଦବ ଓ ଲେଖ ରାମ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିପରି ପୁରୁଷ କୋକ୍ସଡ ଏଇଟ୍ ଇଭେଣ୍ଟରେ ଭାରତକୁ ମିଳିଛି ରୌପ୍ୟ ପଦକ। ଏହା ପୂର୍ବରୁ ଆଜି ଅରବିନ୍ଦ ସିଂହ ଓ ଅର୍ଜୁନ ଲାଲ୍ ଜାଟ୍‌ ପୁରୁଷ ଲାଇଟ୍‌ୱେଟ ଡବଲ୍ ସ୍କଲ୍‌ସରେ ରୌପ୍ୟ ପଦକ ଜିତିଥିଲେ।

ଭାରତ ପାଇଁ ଚଳିତ ଏସୀୟ କ୍ରୀଡ଼ାରେ ପ୍ରଥମ ପଦକ ଜିତିଥିଲେ ମହିଳା ଶୁଟର ଟିମ୍। ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ମେହୁଲି ଘୋଷ, ରମିତା ଓ ଅଶି ଚୋକ୍ସି ଜିତିଥିଲେ ରୌପ୍ୟ ପଦକ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/JLFAwmk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages