ପଞ୍ଜି ସ୍କାମରେ ଗୋବିନ୍ଦା ଫସିଯିବା ଘଟଣା; ପାଟି ଫିଟାଇଲେ ମ୍ୟାନେଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 14, 2023

ପଞ୍ଜି ସ୍କାମରେ ଗୋବିନ୍ଦା ଫସିଯିବା ଘଟଣା; ପାଟି ଫିଟାଇଲେ ମ୍ୟାନେଜର

ସୋଲାର ଟେକ୍ନୋଲଜି ଆଲିଆନ୍ସ (STA) ର ବ୍ରାଣ୍ଡ ଆମ୍ବାସଡର ହୋଇ ହଜାରେ କୋଟିର ପଞ୍ଜି ସ୍କାମରେ ସାମିଲ ଥିବା ନେଇ ଗୋବିନ୍ଦାଙ୍କ ନାମରେ ଉଠିଛି ଅଭିଯୋଗ । ଏପରିକି ଖୁବ୍‌ ଶୀଘ୍ର ଓଡ଼ିଶା EOW ଗୋବିନ୍ଦାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଯିବ ବୋଲି ବି ସୂଚନା ମିଳିଛି। ଏହି ଘଟଣାକୁ ନେଇ ଗୋବିନ୍ଦା ପାଟି ଫିଟାଇ ନ ଥିବା ବେଳେ ସଫେଇ ଦେଇଛନ୍ତି ତାଙ୍କ ମ୍ୟାନେଜର ଶଶି ସିହ୍ନା।

ଶଶି ସିହ୍ନାଙ୍କ ସୂଚନା ଅନୁଯାୟୀ, ଏହି ଅଭିଯୋଗ ସହିତ ଗୋବିନ୍ଦାଙ୍କର କିଛି ଲିଙ୍କ ନାହିଁ। ଗୋବିନ୍ଦା ଏକ ଏଜେନ୍ସି ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାବାଦ ତାଙ୍କର ଉକ୍ତ କମ୍ପାନୀର ବିଜନେସ୍‌ ତଥା ବ୍ରାଣ୍ଡିଂ ସହ କୌଣସି ସମ୍ପର୍କ ନାହିଁ। ସେ କେବଳ କିଛି ପ୍ରମୋସନାଲ ଭିଡିଓ ସୁଟ୍‌ କରିଥିଲେ।  ତେଣୁ ଗଣମାଧ୍ୟମରେ କେବଳ ଏକ ପାଖିଆ ସମ୍ବାଦ ପରିବେଷଣ କରାଯାଉଛି।

ଏହି ଘଟଣାର ତଦନ୍ତ ଭାର ସମ୍ଭାଳିଥିବା ଓଡ଼ିଶା EOWର ଡିଏସ୍‌ପି କହିଛନ୍ତି, ବହୁ ଅଭିଯୋଗ ହେବା ପରେ ଆମେ ଏହି ମାଲାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମୟରେ STA ନିଜର ଟୋକନ ଲଞ୍ଚ କରିଥିବା ଜଣାଯାଇଛି। ଏହି ଟୋକନ ଏକ ଚେନ୍‌ ସିଷ୍ଟମ ଭାବେ କାମ କରୁଥିବା ବେଳେ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ୍‌ କରାଇ ପାରିଲେ ଅଧିକରୁ ଅଧିକ ଟଙ୍କା ରୋଜଗାର କରି ହେବ ବୋଲି ଆର୍ଥିକ ଲୋଭ ଦେଖା ଯାଉଥିଲା। ଫଳରେ ଏହି କମ୍ପାନୀର ସଦସ୍ୟ ନିଜ ଅଧୀନରେ ବହୁ ଲୋକଙ୍କୁ ଜଏନ କରାଇ ମାଲେମାଲ ହୋଇଛନ୍ତି । ମାତ୍ର ସେମାନଙ୍କ କଥାରେ ଫସି ବହୁ ଲୋକଙ୍କ ଟଙ୍କା ବୁଡ଼ି ରହିଥିବା ବେଳେ ସେମାନଙ୍କ ସନ୍ଧାନ ମିଳି ପାରୁନି ।

ଏହି କମ୍ପାନୀର ମୁଖ୍ୟ ଥିବା ଗୁରତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରୋଦ ଦାସଙ୍କୁ ଗତ ଅଗଷ୍ଟ ୭ରେ ଗିରଫ କରାଯାଇ ସରିଛି। ଏହାବାଦ କମ୍ପାନୀର ଆଉ କିଛି କର୍ମଚାରୀଙ୍କୁ ବି ଉଠାଇ ନେଇଛି ପୁଲିସ୍‌।

ଅଧିକ ଲୋକଙ୍କୁ ଏହି କମ୍ପାନୀ ପ୍ରତି ଆକୃଷ୍ଟ କରି ପୁଞ୍ଜି ଖଟାଇବାକୁ ଉତ୍ସାହିତ କରିବାକୁ କମ୍ପାନୀ ପକ୍ଷରୁ ଗୋଆରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୋବିନ୍ଦା ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗୋବିନ୍ଦାଙ୍କ ସହ ଡିଲ୍‌ ଫାଇନାଲ କରିଥିବା ଏଜେନ୍ସି ସହ ଆମେ ଯୋଗାଯୋଗ କରିବାକୁ ଚାହୁଁଛି। ଏହାଦ୍ୱାରା ଅଧିକ ତଥ୍ୟ ମିଳି ପାରିବ ବୋଲି ଡିଏସ୍‌ପି କହିଛନ୍ତି।

ଏହି କମ୍ପାନୀ ମାଧ୍ୟମରେ ବିହାର, ଉତ୍ତରପ୍ରଦେଶ,ପଞ୍ଜାବ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଓ ଝାଡଖଣ୍ଡରୁ ବି ଲକ୍ଷାଧିକ ଟଙ୍କା ଉଠା ଯାଇଥିବା ଜଣାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Kt6aqxM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages