ଚଳନ୍ତା ଟ୍ରେନରେ ଗଣ୍ଡଗୋଳ, ଦୁଇ ଯୁବକଙ୍କ ତଣ୍ଟି କାଟିଦେଲେ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 14, 2023

ଚଳନ୍ତା ଟ୍ରେନରେ ଗଣ୍ଡଗୋଳ, ଦୁଇ ଯୁବକଙ୍କ ତଣ୍ଟି କାଟିଦେଲେ ଦମ୍ପତି

ଚଳନ୍ତା ଟ୍ରେନ ଭିତରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ ନେଲା ରକ୍ତପାତର ରୂପ । ଅତର୍କିତ ଭାବେ ବ୍ଲେଡରେ ୨ ଯୁବକଙ୍କ ତଣ୍ଟି କାଟି ଦେଲେ ଦମ୍ପତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍ ନିକଟରେ ଗାନ୍ଧିଧାମ-ପୁରୀ ଟ୍ରେନରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଯାତ୍ରୀଦ୍ୱୟ ହେଲେ ନାଗେଶ୍ୱର ବେହେରା ଓ ବି. ଚନ୍ଦ୍ରଶେଖର ରାଓ । ସେମାନଙ୍କ ମଧ୍ୟରୁ ଜଣଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ଜଣଙ୍କ ଘର ଆନ୍ଧ୍ରରେ ବୋଲି ଜଣାଯାଇଛି।

ନାଗେଶ୍ୱର, ଚନ୍ଦ୍ରଶେଖରଙ୍କ ସମେତ ଉକ୍ତ ଦମ୍ପତି ବି ଗାନ୍ଧିଧାମ ପୁରୀ ଟ୍ରେନର ଗୋଟିଏ ବଗିରେ ବସିଥିଲେ। ହଠାତ୍ କୌଣସି କାରଣକୁ ଦେଇ ଦମ୍ପତିଙ୍କ ସହ ନାଗେଶ୍ୱର ଓ ଚନ୍ଦ୍ରଶେଖର ରାଓଙ୍କର କଥା କଟାକଟି ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଦମ୍ପତି ଚଗଲା ନାୟକ ଓ ମିନତି ନାୟକ ବ୍ଲେଡ ସାହାଯ୍ୟରେ ସେମାନଙ୍କ ତଣ୍ଟି କାଟି ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଏଥିସହ ଉକ୍ତ ଦମ୍ପତିଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/0K1Ae2R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages