ବାଲୁକା ପୂଜା କରିବା ପାଇଁ ଯାଇ ପାରାଦୀପ ଅଠରବାଙ୍କି ନଦୀରେ ଭାସିଯାଇ ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ଆଜି ସକାଳୁ ଠାବ ହୋଇଛି। ବାଲିପ୍ଲଟ ନିକଟରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝିଅର ମୃତଦେହ ମିଳିବା ପରିବାରରେ ଶୋକର ଛାୟା ଖେଳିଯାଇଛି। ମୃତ ନାବାଳିକା ଜଣଙ୍କ ହେଲେ ଆରତି ମଲିକ।
ଗତକାଲି ଖୁଦୁରୁକୁଣୀ ଓଷା ଥିଲା। ଆରତି଼ ଓଷା କରିଥିଲେ। ଏଥିପାଇଁ ସକାଳୁ ନିଜର ବଡ଼ମା’ ଓ ସାଙ୍ଗମାନଙ୍କ ସହ ଅଠରବାଙ୍କୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ଆରତି ବୁଡ଼ିଯାଇଥିଲେ। ବଡ଼ ମା’ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ବି ବୁଡ଼ି ଯାଇଥିଲେ। ହେଲେ ସେଠାରେ ଥିବା ଜଣେ ପିଲା ତାଙ୍କୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ ଆରତିଙ୍କର ପତ୍ତା ମିଳି ନଥିଲା।
ଗତକାଲି ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଆରତିଙ୍କୁ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଆଜି ସକାଳୁ ପୁଣି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ। ବାଲିପ୍ଲଟ ନିକଟରୁ ତାଙ୍କ ମୃତଦେହ ମିଳିଥିଲା। ଆରତି ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ପାରାଦୀପ ସବ୍ଷ୍ଟେସନ ବୃନ୍ଦାବନ କଲୋନୀର ବାସିନ୍ଦା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/2Sljwut
No comments:
Post a Comment