ଭିଡିଓ ଉତ୍ତୋଳନ କରୁଥିଲେ ବନ କର୍ମଚାରୀ, ମାରିଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 16, 2023

ଭିଡିଓ ଉତ୍ତୋଳନ କରୁଥିଲେ ବନ କର୍ମଚାରୀ, ମାରିଦେଲା ହାତୀ

ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ। ମୃତ ବନ କର୍ମଚାରୀଙ୍କ ନାଁ ସୁଧାକର ବି ଆତରାମ। ସେ ବନ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ଶନିବାର ପଳାସଗାଁ ଜଙ୍ଗଲକୁ କିଛି ହାତୀ ଆସିଥିବା ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ସହିତ ଡ୍ରାଇଭର ସୁଧାକର ବି ଆତରାମ ମଧ୍ୟ ଥିଲେ।

ବନ ବିଭାଗ ଟିମ୍ ହାତୀ ଘଉଡ଼ାଇବା କାର୍ଯ୍ୟରେ ଲିପ୍ତ ଥିବା ବେଳେ ସୁଧାକର ସେଠାରେ ରାସ୍ତାକଡ଼ରେ ଗାଡ଼ି ଛିଡ଼ା କରି ମୋବାଇଲ ଫୋନରେ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ଏକ ହାତୀ ହଠାତ୍ ତାଙ୍କ ଆଡ଼କୁ ଦୌଡ଼ି ଆସିଥିଲା। ହାତୀକୁ ଦେଖି ଅନ୍ୟମାନେ ଖସି ପଳାଇଥିଲେ। କିନ୍ତୁ ସୁଧାକର ଖସି ପାରି ନଥିଲେ। ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପଡ଼ିଯାଇଥିଲେ। ଆଉ ହାତୀ ତାଙ୍କୁ ତା’ ଗୋଡ଼ରେ ଦଳି ଦେଇଥିଲା।

ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Q4V0wi1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages