ବ୍ରାଜିଲର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାର୍ସେଲୋସରେ ଶନିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ବିମାନ କର୍ମଚାରୀ ଅଛନ୍ତି।
୧୮ ଆସନ ବିଶିଷ୍ଟ ଏହି ବିମାନଟି ମନୌସରୁ ଉଡ଼ାଣ ଭରିଥିଲା। ବାର୍ସେଲୋସରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖରାପ ପାଗ ଯୋଗୁ ବିମାନଟି ଦୁର୍ଘଟଣାର ଶିକାର ହେଲା ବୋଲି କୁହାଯାଉଛି। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର ପ୍ରକୃତ କାରଣ ଜଣାପଡ଼ିନାହିଁ।
ବିମାନଟିରେ ଥିବା ସମସ୍ତ ଯାତ୍ରୀ ବ୍ରାଜିଲର ଥିଲେ ବୋଲି ଜଣାପଡ଼ିଛି। ସମସ୍ତଙ୍କର ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ବୁଲାବୁଲି କରିବା ଉଦ୍ଦେଶ୍ୟରେ ବାର୍ସେଲୋସ ଆସୁଥିଲେ ବୋଲି ଜଣାପଡ଼ିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/tz7f43a
No comments:
Post a Comment