ବେଙ୍ଗାଲୁରରରେ ବନ୍ଦ ଡାକରା। ଗତକାଲି ମଧ୍ୟରାତ୍ରରୁ ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ ରହିବ ଗାଡ଼ି ଚଳାଚଳ। ଆଜି ଗଡ଼ିବନି ସହରର ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ୭ ଲକ୍ଷ ଗାଡ଼ି। ବିଶେଷ କରି ଜରୁରୀ କାମ ପାଇଁ ଟ୍ୟାକ୍ସି କିମ୍ବା ଘରୋଇ ବସ୍, ଅଟୋ ଉପରେ ନିର୍ଭର କରୁଥିବା ଲୋକ ଏଥିରେ ପ୍ରଭାବିତ ହେବେ।
୩୬ଟି ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ୟୁନିୟନ୍ ଏବଂ କର୍ଣ୍ଣାଟକ ଷ୍ଟେଟ୍ ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ଆସୋସିଏସନ୍ ଏହି ବନ୍ଦ ଡାକରା ଦେଇଛି। ବିଭିନ୍ନ ଦାବି ନେଇ ସଂଗଠନ ବନ୍ଦ ଡାକରା ଦେଇଛନ୍ତି। ବନ୍ଦକୁ ମଧ୍ୟ ସମର୍ଥନ ଜଣାଇଛନ୍ତି ବିଭିନ୍ନ ବେସରକାରୀ ସ୍କୁଲ୍ ଓ ଭ୍ୟାନ୍ ଅପରେଟର୍। ସୋମବାର ସହରର ଅନେକ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
ଦାବିରେ ଉଲ୍ଲେଖ କରାଯାଇଛି ଯେ, ଶକ୍ତି ଯୋଜନା କାର୍ଯ୍ୟକାରୀ ହେବା ପରେ ଯେଉଁସବୁ ରାଜସ୍ୱ ହାନି ହୋଇଛି ତା'ର କ୍ଷତିପୂରଣ, ଘରୋଇ ବସ୍ ଅପରେଟରମାନଙ୍କୁ ଟିକସ ଛାଡ଼, ଘରୋଇ ଆପ୍ ଆଧାରିତ ରାଇଡ୍-ହେଲିଂ ଏଗ୍ରିଗେଟର୍ସ ଓଲା ଏବଂ ଉବେରକୁ ନିୟନ୍ତ୍ରଣ କରିବା, ରାପିଡୋ ବାଇକ୍ ଟ୍ୟାକ୍ସି ଏବଂ ଅନ୍ୟାନ୍ୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି ୟୁନିୟନ୍।
ଫେଡେରେଶନର ମନୋନୀତ ସଭାପତି ନଟରାଜ ଶର୍ମା ଗଣମାଧ୍ୟମକୁ କହିଛନ୍ତି, କର୍ଣ୍ଣାଟକର ଘରୋଇ ପରିବହନ କ୍ଷେତ୍ର ସଙ୍କଟରେ ପଡିଛି ଏବଂ ଶକ୍ତି ଯୋଜନା କାର୍ଯ୍ୟକାରୀ ହେବା ପରେ ଏହା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ଯୋଜନାର ରାଜସ୍ୱର ୪୦ ପ୍ରତିଶତରୁ ଅଧିକ କ୍ଷତି ସହୁଛୁ। ଏଥିପାଇଁ ବନ୍ଦ ଡାକରା ଦିଆଯାଇଛି। ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆମେ ଚୁପ୍ ହୋଇ ବସି ରହିବୁ ନାହିଁ ବୋଲି କହିଛନ୍ତି ନଟରାଜ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ML5lf0j
No comments:
Post a Comment