ପଶ୍ଚିମବଙ୍ଗରେ ଡେଙ୍ଗୁ ଆତଙ୍କ; ନିଜ ଆମେରିକା ଗସ୍ତ ବାତିଲ କଲେ ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 25, 2023

ପଶ୍ଚିମବଙ୍ଗରେ ଡେଙ୍ଗୁ ଆତଙ୍କ; ନିଜ ଆମେରିକା ଗସ୍ତ ବାତିଲ କଲେ ରାଜ୍ୟପାଳ

ପଶ୍ଚିମବଙ୍ଗରେ ଡେଙ୍ଗୁ ଆକ୍ରାନ୍ତଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିସହ ରାଜ୍ୟର ଅର୍ଥନୈତିକ ସ୍ଥିତି ବି ଖରାପ ହେବାରେ ଲାଗିଛି। ଏପରି ସମୟରେ ରାଜ୍ୟ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ନିଜ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତକୁ ବାତିଲ କରି ଦେଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଡ. ସିଭି ଆନନ୍ଦ ବୋଷ । ରାଜ୍ୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ବିଦେଶରେ ଯାଇ ଆଥିତେୟତା ଗ୍ରହଣ କରିବାକୁ ନାପସନ୍ଦ କରିଛନ୍ତି ରାଜ୍ୟପାଳ।

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ସେକ୍ରେଟାରୀ ଜେନେରାଲ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୯ରେ ଆରମ୍ଭ ହୋଇ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏକ ବିଶ୍ୱସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଆମେରିକା ଗସ୍ତ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଏଥିସହ ଏହି କାର୍ଯ୍ୟକ୍ରମରେ ଆମେରିକୀୟ ୟୁନିଭରସିଟିର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ନିମନ୍ତେ କାର୍ଯ୍ୟକ୍ରମ ଥିଲା । ଏହାଦ୍ୱାରା ପଶ୍ଚିମବଙ୍ଗର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ କିପରି ଉପକୃତ ହୋଇପାରିବେ ସେ ନେଇ ଆଲୋଚନା ହେବା ନିମନ୍ତେ ସ୍ଥିର ହୋଇଥିଲା। ପଶ୍ଚିମବଙ୍ଗ ବିଶ୍ୱବିଦ୍ୟାଳୟର କୁଳପତି ହିସାବରେ ରାଜ୍ୟପାଳ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସ୍ଥିର ହୋଇଥିଲା।

ପ୍ରଥମେ ରାଜ୍ୟପାଳ ଏଥିନିମନ୍ତେ ସମ୍ମତି ଜଣାଇଥିବା ବେଳେ ଆୟୋଜକଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏପରିକି ଏହି ଗସ୍ତର ସମସ୍ତ ଖର୍ଚ୍ଚ ଆୟୋଜକ ବହନ କରିବା ନିମନ୍ତେ କଥା ଫାଇନାଲ ହୋଇଥିଲା।

ମାତ୍ର ରାଜ୍ୟରେ ଡେଙ୍ଗୁଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ଆର୍ଥିକ ସମସ୍ୟା ବି ଦେଖାଦେଇଛି। ଏପରି ପରିସ୍ଥିତିରେ ବିଦେଶ ଗସ୍ତ କରିବାକୁ ରାଜ୍ୟପାଳ ଉଚିତ ମନେ କରି ନାହାନ୍ତି। ଏଥିନିମନ୍ତେ ଗସ୍ତର ୨୪ ଘଣ୍ଟା ପୂର୍ବରୁ ରାଜଭବନ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ ଭାବେ ମନା କରି ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଆମେରିକୀୟ ୟୁନିଭରସିଟିର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ନିମନ୍ତେ କାର୍ଯ୍ୟକ୍ରମ ରହିଛି। ଏଥିସହ ବର୍ତ୍ତମାନ ରାଜ୍ୟପାଳ ନିଜ ବିଦେଶ ଗସ୍ତ ବାତିଲ କରି ଦେଇଥିବା ବେଳେ ଅନଲାଇନ୍‌ କ୍ଲାସ୍‌ ଜରିଆରେ ଏପରି ବୈଠକ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଖର୍ଚ୍ଚ ବହୁ କମିଯିବ ବୋଲି ସେ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/z1iwxuA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages