ରାଉରକେଲା ସହର ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡ୍ କଚରା ପୁଲିଆ ନିକଟରୁ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ହେଲେ ନାମ ରୁଦ୍ର ପାଢ଼ୀ। ସେ ଏକ ଘରୋଇ ଇଂରାଜୀ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ।
ଆଜି ସକାଳେ ନାବାଳକଙ୍କ ମୃତଦେହ କଚରା ପୁଲିଆ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। କି ଏ ଓ କାହିଁକି ନାବାଳକଙ୍କୁ ହତ୍ୟା କଲା ଜଣାପଡ଼ି ନାହିଁ।
ଛାତ୍ରର ମୁଣ୍ଡକୁ ପଥରରେ ଛେଚାଯାଇ ହତ୍ୟା କରାଯାଇଥିବା ପୁଲିସ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଅନୁମାନ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/9mNkjpK
No comments:
Post a Comment