ଧରାବତରଣ କରିଛନ୍ତି ବିଘ୍ନରାଜ ଗଣେଶ। ପୁରପଲ୍ଲୀରେ ବେଶ୍ ଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା। ପ୍ରତ୍ୟେକ କାର୍ଯ୍ୟରେ ଶୁଭ ମନାସି ପ୍ରଭୁ ବିଘ୍ନରାଜଙ୍କ ପୂଜାର୍ଚ୍ଚନା କରାଯାଏ। ଆଉ ଏହାପରେ ଆସେ ପାର୍ବଣ ଋତୁ। ଏଥିପାଇଁ ଗଣେଶଙ୍କୁ ଅଗ୍ରପୂଜ୍ୟ ବୋଲି କୁହାଯାଏ।
ପ୍ରଭୁ ଗଣେଶଙ୍କୁ ବିଦ୍ୟା ଦାତା ଭାବରେ ମଧ୍ୟ ମନାଯାଏ। ଏଥିପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ବେଶ୍ ଆଡମ୍ବରରେ ପାଳନ କରାଯାଏ। ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ବେଶ୍ ଧୁମ୍ ଧାମରେ ଗଣେଶଙ୍କ ପୂଜା କରାଯାଏ। ଛାତ୍ରଛାତ୍ରୀମାନେ ପୂଜାର କିଛିଦିନ ପୂର୍ବରୁ ଆୟୋଜନ କରିଥାନ୍ତି।
ଚଳିତ ବର୍ଷ, ପ୍ରାୟ 300 ବର୍ଷ ପରେ, ଗଣେଶ ଚତୁର୍ଥୀରେ ଏକ ଚମତ୍କାର ସଂଯୋଗ ରହିଛି। ଏଥର ଗଣେଶ ଚତୁର୍ଥୀରେ ବ୍ରହ୍ମା ଯୋଗ ଏବଂ ଶୁକ୍ଲ ଯୋଗ ଭଳି ଶୁଭ ଯୋଗ ରହିଛି। ପାଞ୍ଜି ଅନୁସାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କ ପୂଜା କରାଯାଏ।
ଦେଶରେ ମହାରାଷ୍ଟ୍ର ଗଣେଶ ପୂଜା ପ୍ରସିଦ୍ଧି ଲାଭ କରିଥିବା ବେଳେ ଆମ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ଗଣେଶ ପୂଜାର ନାଁ ରହିଛି। ଏଠାରେ 11 ଦିନ ବ୍ୟାପୀ ପ୍ରଭୁ ଗଣେଶଙ୍କ ପୂଜା କରାଯାଏ। ପ୍ରତ୍ୟେକ ବର୍ଷ ଗଣେଶ ପୂଜା ସରିବା ପରେ ଅନ୍ୟାନ୍ୟ ପୂଜା ପର୍ବ ଆରମ୍ଭ ହୁଏ। ଚଳିତ ବର୍ଷ କିନ୍ତୁ ପ୍ରଥମେ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି। ତିଥି ଅନୁସାରେ ଚଳିତ ବର୍ଷ ପ୍ରଥମେ ବିଶ୍ୱକର୍ମା ପୂଜା ପଡୁଥିବାରୁ ପାଳନ କରାଯାଇଛି।
ଶ୍ରୀ ଗଣେଶ ମହାପ୍ରଭୁଙ୍କ ଶ୍ଳୋକ
ବକ୍ରତୁଣ୍ଡଂ ମହାକାୟ
ସୂର୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେଷୁ ସର୍ବଦା ।।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WIlUZtg
No comments:
Post a Comment