ସୁନ୍ଦରଗଡକୁ ସ୍କ୍ରବ ଟାଇଫସ୍ ଚିନ୍ତା; ପୁଣି ୩ ପଜିଟିଭ ଚିହ୍ନଟ, ସମୁଦାୟ ସଂଖ୍ୟା ୧୮୩ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 17, 2023

ସୁନ୍ଦରଗଡକୁ ସ୍କ୍ରବ ଟାଇଫସ୍ ଚିନ୍ତା; ପୁଣି ୩ ପଜିଟିଭ ଚିହ୍ନଟ, ସମୁଦାୟ ସଂଖ୍ୟା ୧୮୩

ସୁନ୍ଦରଗଡକୁ ଘାଇଲା କଲାଣି ସ୍କ୍ରବ ଟାଇଫସ୍ ଚିନ୍ତା। ଜିଲ୍ଲାରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି ୩ ପଜିଟିଭ । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀ ଛାନିଆ ହୋଇ ଯାଇଛନ୍ତି। 

ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୩ଟି ନମୁନା ପଜିଟିଭ୍ ଆସିଛି । ଏହା ପୂର୍ବରୁ ଶନିବାର ହୋଇଥିବା ନମୁନା ପରୀକ୍ଷାରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଏବେ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୧୮୩ରେ ପହଞ୍ଚିଛି ।

ଏହାକୁ ନେଇ ଜିଲ୍ଲାବାସୀ ଛାନିଆ ହୋଇ ପଡ଼ିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖାଯାଇଛି । ଏହା ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି । ତେଣୁ ଭୟଭୀତ ନ ହେବାକୁ ସେ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ଜାଣନ୍ତୁ, ସ୍କ୍ରବ ଟାଇଫସ୍‌ କଣ? କେମିତି ଏହି ରୋଗ ବ୍ୟାପିଥାଏ? 

ଚାଷ ଜମି ଓ ଜଙ୍ଗଲରେ ରହିଥାଏ ଲାର୍ଭା ମାଇଟ୍ସ ନାମକ ଏକ ପୋକ। ସେହି ପୋକ କାମୁଡ଼ିବା ପରେ ତା’ ଦେହରେ ଥିବା ଓରିଏଣ୍ଟାଲ୍‌ ଶୁଶୁକ ନାମକ ଏକ ବ୍ୟାକ୍ଟ୍ରିଆ ମଣିଷ ଶରୀର ଚର୍ମକୁ ଚାଲିଯାଇଥାଏ। ଯେଉଁ ସ୍ଥାନରେ ପୋକଟି କାମୁଡ଼ି ଥାଏ, ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଯାଏ। ତା’ପରେ ଛୋଟିଆ ଘା’ ହୋଇଥାଏ। ଯାହାକୁ ସ୍କ୍ରବ ଟାଇଫସ୍‌ କୁହାଯାଇଥାଏ।

ସ୍କ୍ରବ ଟାଇଫସ ହେଲେ ଲମ୍ୱା ସମୟ ଧରି ଜ୍ୱର ହେବା ସହ ହାତଗୋଡ଼ ଓ ତଣ୍ଟି ବିନ୍ଧିବ ଓ ଝାଡ଼ା ଏବଂ କାଶ ହେବ। ପ୍ରାଥମିକ ଚିକିତ୍ସା କଲେ ରୋଗ ଭଲ ହୋଇଯିବ। ହେଲେ ଯେଉଁମାନେ ବିଳମ୍ୱରେ ମେଡିକାଲ୍‌ ଆସନ୍ତି, ସେମାନଙ୍କୁ ବଞ୍ଚାଇବା କଷ୍ଟକର। କାରଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିବା ରୋଗୀ ଦେହରେ ସେପ୍‌ଟିସେମିଆ ଓ ନିମୋନିଆ ଭଳି ରୋଗ ଦେଖାଯାଏ।

ତା’ସହ କିଛି ଲୋକଙ୍କ ଶରୀରରେ କିଡ୍‌ନୀ ଜନିତ ସମସ୍ୟା ଦେଖାଦେଇଥାଏ। ଆଉ କିଛି ଲୋକ ବ୍ରେନ୍‌ ଇନ୍‌ଫେକ୍‌ସନ ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି ବୋଲି ଡାକ୍ତର ଶଙ୍କର ରାମଚନ୍ଦାନୀ କହିଛନ୍ତି। ଏଲ୍‌ଆଇସା କିଟ୍‌ ଦ୍ୱାରା ଟେଷ୍ଟ କଲେ ରୋଗ ସମ୍ପର୍କରେ ଜଣାପଡ଼ିଥାଏ। ଏହି ଟେଷ୍ଟ ସବୁ ରାଜ୍ୟର ସବୁ ମେଡିକାଲ୍‌ ଓ ମେଡିକାଲ୍‌ କଲେଜରେ ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Etl2duH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages