କଡ଼ା ସୁରକ୍ଷା ବଳୟରେ ଦିଲ୍ଲୀ; ପ୍ରଗତି ମଇଦାନଠୁ ପ୍ରଧାନମନ୍ତ୍ରୀ ନିବାସ ନୋ ଫ୍ଲାଇଙ୍ଗ ଜୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 8, 2023

କଡ଼ା ସୁରକ୍ଷା ବଳୟରେ ଦିଲ୍ଲୀ; ପ୍ରଗତି ମଇଦାନଠୁ ପ୍ରଧାନମନ୍ତ୍ରୀ ନିବାସ ନୋ ଫ୍ଲାଇଙ୍ଗ ଜୋନ୍

ଆଜିଠୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ । ଏଥିନିମନ୍ତେ ବିଶ୍ୱସ୍ତରୀୟ ନେତାଙ୍କ ଭିଡ଼ ଜମିଛି ରାଜଧାନୀ ଦିଲ୍ଲୀରେ। ସେଥିପାଇଁ ରାଜଧାନୀ ଦିଲ୍ଲୀ ଏବେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି। ଦିଲ୍ଲୀରେ ପ୍ରଗତି ମଇଦାନଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନିବାସ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି।

ଜି-୨୦ ସମ୍ମିଳନୀ ନିମନ୍ତେ ସମଗ୍ର ଦିଲ୍ଲୀକୁ ସେନା ଛାଉଣିରେ ପରିଣତ କରାଯାଇଛି। ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ଛକରେ ତନ୍ନ ତନ୍ନ କରି ଗାଡ଼ି ମୋଟର୍ ଯାଞ୍ଚ ସହ ତନଖି କରାଯାଉଛି। ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ ଚେକିଂ କରି ଛଡ଼ାଯାଉଛି।

ଦିଲ୍ଲୀ ଫରିଦାବାଦ ବର୍ଡରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। କୌଣସି ବି ଅଘଟଣ ଯେଭଳି ନଘଟେ ସେଥିପ୍ରତି ତୀକ୍ଷ୍ଣ ନଜର ରଖାଯାଇଛି। ଦିଲ୍ଲୀ ପୁଲିସ ଓ ସେନା ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସ୍ଥଳପଥ ସହ ଆକାଶମାର୍ଗରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର କଡ଼ା ବନ୍ଦୋବସ୍ତ କରାଯାଇଛି।

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏକାଠି ହେବେ ବିଶ୍ୱର ବଡ଼ ବଡ଼ ନେତା। ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି। ପର୍ଯ୍ୟାୟ କ୍ରମେ ଆଜି ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/7VpiTsn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages