ଏସିଆ କପ୍: ଆଜି ଭାରତ-ପାକ୍ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 9, 2023

ଏସିଆ କପ୍: ଆଜି ଭାରତ-ପାକ୍ ଲଢ଼େଇ

ଏସିଆ କପ୍‌ରେ ଆଜି ହେବ ମହା ମୁକାବିଲା। ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର। ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ।

ଭାରତ ଆଜିଠୁ ନିଜର ସୁପର ଫୋର୍ ଅଭିଯାନ ଆରମ୍ଭ କରିବାକୁ ଥିବାବେଳେ ପୂରା ଟିମ୍ ଜୋସରେ ଅଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ସେହିପରି ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଟିମ୍ ମଧ୍ୟ ମୁକାବିଲା ପାଇଁ ତୟାର ହୋଇଛି। ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ଲଢ଼େଇ ବର୍ଷା ଯୋଗୁଁ ଫିକା ପଡ଼ିଯାଇଥିଲା। ମ୍ୟାଚ୍ ବାତିଲ ହେବା ଯୋଗୁଁ ଉଭୟ ଟିମ୍ ପଏଣ୍ଟ ଭାଗ କରି ନେଇଥିଲେ।

ଆଜିର ମ୍ୟାଚକୁ ଦର୍ଶକମାନେ ବେସ୍ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଏସିଆନ୍ କ୍ରିକେଟ୍ କାଉନସିଲ୍ ମଧ୍ୟ ଆଜିର ମ୍ୟାଚ୍ ଲାଗି ରିଜର୍ଭ ଡେ ଘୋଷଣା କରିଛି। ଅର୍ଥାତ ଆଜି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲେ ରିଜର୍ଭ ଡେ ରେ ଏହି ମ୍ୟାଚ୍ ପୁଣି ଖେଳାଯିବ।

ସୁପର ଫୋର୍ ପର୍ଯ୍ୟାୟକୁ ଭାରତ ପାକିସ୍ତାନ ବ୍ୟତୀତ ଶ୍ରୀଲଙ୍କା ଓ ବାଂଲାଦେଶ ପ୍ରବେଶ କରିସାରିଥିବା ବେଳେ ପାକିସ୍ତାନ ଏହି ପର୍ଯ୍ୟାୟରେ ପୂର୍ବରୁ ଗୋଟିଏ ମ୍ୟାଚ୍ ଖେଳି ବିଜୟୀ ହେବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେହିପରି ଶ୍ରୀଲଙ୍କା ମଧ୍ୟ ସୁପର ଫୋର୍ ପର୍ଯ୍ୟାୟରେ ଗୋଟିଏ ମ୍ୟାଚ୍ ଜିତି ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏବେ ଟେବୁଲର ତୃତୀୟ ସ୍ଥାନରେ ଥିବା ବେଳେ ସୁପର ଫୋର୍ ପର୍ଯ୍ୟାୟରେ ବାଂଲାଦେଶଦୁଇଟି ମ୍ୟାଚ୍ ଖେଳି ଉଭୟରେ ପରାଜିତ ସହ ଟେବୁଲର ଶେଷରେ ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bJi4hMl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages