ପାର୍ବଣ ପୂର୍ବରୁ କଟକରେ ଆକ୍ସନ ମୁଡକୁ ଚାଲି ଆସିଲାଣି ପୁଲିସ୍। ଅପରାଧୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ପ୍ରକ୍ରିୟା ପୁଲିସ୍ ଆରମ୍ଭ କରି ଦେଇଥିବା ବେଳେ ଆବଶ୍ୟକ ପଡ଼ିଲେ ଏନକାଉଣ୍ଟର କରିବାକୁ ପଛାଉନି। ଗତକାଲି ରାତିରେ କଟକରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଗୋଡ଼ରେ ବାଜିଛି ଗୁଳି । ଏହି ଅପରାଧୀଜଣକ ହେଉଛି ମନୋଜ ମହାରଣା (ମଙ୍ଗୁ) ।
ମଙ୍ଗଙ୍କୁ ଗତକାଲି ରାତିରେ ସଦର ଅଞ୍ଚଳରେ ଏନକାଉଣ୍ଟର କଲା କମିଶନରେଟ ପୁଲିସ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗତ କିଛି ଦିନ ତଳେ କନ୍ଦରପୁର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଘଟଣାରେ ମଙ୍ଗୁ ହେଉଛି ମୁଖ୍ୟ ଅଭିଯୁକ୍ତ । ସେ ତପୁ ଗ୍ୟାଙ୍ଗର ଜଣେ ସକ୍ରିୟ ସଦସ୍ୟ। ତା ନାଁରେ ୮ଟି ଚୋରି ଡକାୟତି, ଦାଦା ବଟି ଚୋରା ବନ୍ଧୁକ କାରବାର ଆଦି ଏକାଧିକ ମାମଲା କମିଶନରେଟ ପୁଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ରହିଛି।
ମଙ୍ଗୁ ଘର ସଦର ଥାନା ଅନ୍ତର୍ଗତ ଭାଣପୁର ଅଞ୍ଚଳରେ। ଗତକାଲି ରାତିରେ ସେ ସଦର ଅଞ୍ଚଳରେ ଥିବା ଖବର ପାଇବା ପରେ ପୁଲିସ ରେଡ କରିଥିଲା । ପୁଲିସ ହାତରୁ ଖସିଯିବା ପାଇଁ ସେ କନ୍ଦରପୁର ଥାନା ଆଇଆଇସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା। ଫଳରେ ଆତ୍ମ ରକ୍ଷା ପାଇଁ ପୁଲିସ ମଙ୍ଗୁକୁ ଗୁଳି କରିଥିଲା। ଘଟଣା ସ୍ଥଳ ରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୁଲିସ।
ଏନେଇ କଟକ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର କହିଛନ୍ତି, ନିକଟ ଅତୀତରେ ହୋଇଥିବା ଏକ ଡକାୟତି ଘଟଣାରେ ମଙ୍ଗୁ ଅନ୍ୟତମ ଅଭିଯୁକ୍ତ ଥିଲେ। ପୁଲିସ୍ ଧରିବାକୁ ଯାଇଥିବା ବେଳେ ଗୁଳି ବିନିମୟ ହୋଇଥିଲା। ସେ ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ପୁଲିସ୍ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଏବେ ତାଙ୍କ ଚିକିତ୍ସା ଚାଲିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/81qM73T
No comments:
Post a Comment