ବନ୍ୟା ଜଳରେ ବୁଡ଼ିଲା ମା’ ଭଟ୍ଟାରିକା ମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 15, 2023

ବନ୍ୟା ଜଳରେ ବୁଡ଼ିଲା ମା’ ଭଟ୍ଟାରିକା ମନ୍ଦିର

ଗତ କିଛି ଦିନର ଲଗାଣ ବର୍ଷା ଯୋଗୁ ମହାନଦୀ ଫୁଲୁଥିବା ବେଳେ ବନ୍ୟା ପାଣି କଟକ ଜିଲ୍ଲା ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଛି। ଫଳରେ ଗତକାଲି ବିଳମ୍ବିତ ରାତିରେ ମା’ଙ୍କୁ ଅସ୍ଥାୟୀ ରତ୍ନଗିରି ପାହାଡ଼ରେ ଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ଗତକାଲି ସନ୍ଧ୍ୟାରେ ମନ୍ଦିର ବେଢାରେ ପାଣି ପଶିଥିବା ବେଳେ ରାତି ଅଧରେ ମନ୍ଦିରରେ ଏକ ଫୁଟର ବନ୍ୟାଜଳ ପଶିଥିଲା।

ପ୍ରତିଥର ପରି ଏଥର ମଧ୍ୟ ବନ୍ୟା ଜଳ ପଶିବାରୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରୁ ମା’ଙ୍କର ଚଳନ୍ତି ପ୍ରତିମାକୁ ସେବାକାରୀମାନେ ରତ୍ନଗିରି ପାହାଡ଼ରେ ଥିବା ମାଙ୍କ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ସକାଳୁ ପୂଜା ନୀତି କାନ୍ତି ଠିକ୍‌ ଭାବେ ଚାଲିଥିବା ବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି।

ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ମନ୍ଦିରରେ ଲାଗିଥିବା ସମସ୍ତ କବାଟ ଖୋଲିଦିଆଯାଇଛି। ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବନ୍ୟା ଜଳ ପ୍ରବେଶ କରିବା ସତ୍ତ୍ୱେ ଚଳିତ ଥର ଏପର୍ଯ୍ୟନ୍ତ ଭଟ୍ଟାରିକା ମନ୍ଦିର ନିକଟରେ ୧୪୪ ଧାରା ଲାଗୁ ହୋଇ ନ ଥିବା ଦେବୋତ୍ତର ବିଭାଗ ମୋହରି ମେଘନାଦ ସ୍ୱାଇଁ କହିଛନ୍ତି। ମନ୍ଦିରରେ ପାଣି ପଶିଯିବାରୁ ପାହାଡ଼ ଉପରକୁ ମା’ଙ୍କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ମା’ଙ୍କ ପୂଜାପୂଜି, ନୀତିକାନ୍ତିରେ କୌଣସି ଅସୁବିଧା ହୋଇ ନ ଥିବା ଜଣାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/HyqVIxu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages