ଚୀନର ହାଙ୍ଗଝୌରେ ଏସୀୟ କ୍ରୀଡ଼ାର ଊନବିଂଶତମ ସଂସ୍କରଣ ଆରମ୍ଭ ହୋଇଯାଇଥିବା ବେଳେ ରୌପ୍ୟ ପଦକରୁ ଅଭିଯାନ ଆରମ୍ଭ କରିଛି ଭାରତ। ଶୁଟିଂରେ ମହିଳା ଟିମ୍କୁ ମିଳିଛି ରୌପ୍ୟ ପଦକ। ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ମିଳିଛି ଏହି ସଫଳତା। ମେହୁଲି ଘୋଷ, ରମିତା ଓ ଅଶି ଚୋକ୍ସି ଜିତିଛନ୍ତି ରୌପ୍ୟ ପଦକ।
ଶୁଟିଂରେ ରୌପ୍ୟ ଜିତିବା ପରେ ଭାରତ ପାଇଁ ଆସିଥିଲା ଆଉ ଏକ ଖୁସି ଖବର। ରୋଇଂରେ ବି ଦେଶକୁ ମିଳିଥିଲା ରୌପ୍ୟ ପଦକ। ପୁରୁଷ ଲାଇଟ୍ୱେଟ ଡବଲ୍ସରେ ଦେଶ ପାଇଁ ଏହି ରୌପ୍ୟ ପଦକ ଜିତିଛନ୍ତି।
ଅରବିନ୍ଦ ସିଂହ ଓ ଅର୍ଜୁନ ଲାଲ୍ ଜାଟ୍ଶନିବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଚଳିତ ଏସୀୟ କ୍ରୀଡ଼ାକୁ ଉଦ୍ଘାଟନ କରିଥିଲେ। ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୪୫ଟି ଦେଶରୁ ପ୍ରାୟ ୧୨,୫୦୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଭାରତରୁ ୬୫୫ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛି। ଏଥର ଭାରତ ଏହି କ୍ରୀଡ଼ାରେ ୧୦୦ରୁ ଅଧିକ ପଦ ଜିତିବାକୁ ଆଶା ରଖିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/9vqnAH5
No comments:
Post a Comment