ହାତୀ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 23, 2023

ହାତୀ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର

ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗର ଗାଁରେ।

ମୃତ ବୃଦ୍ଧଙ୍କ ନାଁ ଆଲାର କୁଲ୍ଲୁ। ସେହିପରି ଗୁରୁତର ଆହତ ମହିଳାଙ୍କ ନାଁ ସାଲମି ଗିଦ୍ଧି।

ଆଲାର କୁଲ୍ଲୁ ତାଙ୍କ ଘରେ ଶୋଇଥିଲେ। ସେହି ସମୟରେ ହାତୀ ଆସି ତାଙ୍କ ଘର ଭାଙ୍ଗିଥିଲା। ହାତୀକୁ ଦେଖି ଆଲାର ଘରୁ ଦୌଡ଼ି ପଳାଉଥିଲେ। ହେଲେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା।

ସେହିପରି ସାଲମି ଗିଦ୍ଧି ସକାଳୁ ସକାଳୁ ଶୌଚ ହେବା ପାଇଁ ଯାଉଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀ ତାଙ୍କୁ ଶୁଣ୍ଢରେ ଟାଣି ନେଇ ଫୋପାଡ଼ି ଦେଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/xRhZP7l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages