୧.୩୧ ଲକ୍ଷ ଟଙ୍କା ସହିତ ଧରାପଡ଼ିଲେ OSAP କମାଣ୍ଡାଣ୍ଟ ସୁନୀଲ ବେହେରା, ଘରୁ ମିଳିଲା ୮.୭୦ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 30, 2023

୧.୩୧ ଲକ୍ଷ ଟଙ୍କା ସହିତ ଧରାପଡ଼ିଲେ OSAP କମାଣ୍ଡାଣ୍ଟ ସୁନୀଲ ବେହେରା, ଘରୁ ମିଳିଲା ୮.୭୦ ଲକ୍ଷ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ (OSAP)ର ଢେଙ୍କାନାଳ ଫାଷ୍ଟ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା। ଶନିବାର ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ସେ ଢେଙ୍କାନାଳରୁ କଟକ ସ୍ଥିତ ତାଙ୍କ ଘରକୁ ଯାଉଥିବା ନେଇ ଖବର ପାଇଥିଲା ଭିଜିଲାନ୍ସ। ଏହା ପରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ କଟକର ମଧୁସୂଦନ ସେତୁ ନିକଟରେ ଧରିଥିଲା। ତାଙ୍କ ଠାରୁ ୧ ଲକ୍ଷ ୩୧ ହଜାର ୫୩୫ ଟଙ୍କା ଜବତ କରାଯାଇଥିଲା। ଏତେ ଟଙ୍କା ସେ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ, ସେ ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ଟିମ୍ ତାଙ୍କର କଟକ ସ୍ଥିତ ଘରେ ଚଢ଼ାଉ କରିଥିଲା। ସେଠାରୁ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା। ଏହିପରି ମୋଟ ୧୦ ଲକ୍ଷ ୧ ହଜାର ୫୩୫ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି।

ଏହି ଟଙ୍କା କେଉଁଠାରୁ ଆସିଲା, ସେ ନେଇ କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସର ଚଢ଼ାଉ ଜାରି ରଖିଛି। ଶ୍ରୀ ବେହେରାଙ୍କ ଢେଙ୍କାନାଳ ସହର ସ୍ଥିତ ସରକାରୀ ବାସଭବନ ସମେତ କଟକ, ପୁରୀ ଓ ଭୁବନେଶ୍ୱରର ମୋଟ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। ଭିଜିଲାନ୍ସର ୫ଟି ଟିମ୍ ଏହି ଚଢ଼ାଉ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/G8VUslx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages