ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ: ସମାନତା ଗଢ଼ିବ ସୁସ୍ଥ ସମାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 10, 2023

ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ: ସମାନତା ଗଢ଼ିବ ସୁସ୍ଥ ସମାଜ

ସାମାଜିକ ଚକ୍ର ଚାଲୁ ରହିବା ପାଇଁ ମହିଳା ଓ ପୁରୁଷଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ତଥାପି ଅନେକ ଲୋକ ଆଜି ବି ଝିଅ-ପୁଅର ଭେଦଭାବ ଦେଖନ୍ତି। ଏହି ଭେଦଭାବକୁ ଦୂର କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଅକ୍ଟୋବର11କୁ ବିଶ୍ୱ କନ୍ୟା ସନ୍ତାନ ଦିବସ ରୂପେ ପାଳନ କରାଯାଉଛି। କାରଣ ସ୍ତ୍ରୀ-ପୁରୁଷର ଭେଦଭାବ ନରହିଲେ ଏକ ସୁସ୍ଥ ସମାଜ ଗଢିଉଠିବ। 

ଏଥିସହ ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରାଇବା, ସେମାନଙ୍କୁ ମୌଳିକ ଅଧିକାର ଦେବା ଏବଂ ମହିଳା ସଶକ୍ତିକରଣ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ କନ୍ୟା ସନ୍ତାନ ଦିବସ ପାଳନ ଭଳି ଭିନ୍ନ ପଦକ୍ଷେପ ନିଆଯାଇଛି। ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ ହେବା ପରେ ଏହି ଦିବସ ପାଳନ କରାଯାଉଛି।

ଇତିହାସ 
ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଏକ ଏନଜିଓ ଅର୍ଥାତ୍ ବେସରକାରୀ ସଂଗଠନ 'ପ୍ଲାନ୍ ଇଣ୍ଟରନ୍ୟାସନାଲ୍'ର ଏକ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିଲା। ଏହି ସଂସ୍ଥା "କାରଣ ମୁଁ ଜଣେ ଝିଅ" ଅଭିଯାନ ମଧ୍ୟ ଆରମ୍ଭ କରିଛି। ଏହି ଅଭିଯାନକୁ ଅନ୍ତର୍ଜାତୀୟ ସ୍ତରରେ ବିସ୍ତାର କରିବା ପାଇଁ ସଂଗଠନ କାନାଡା ସରକାରଙ୍କୁ ଯୋଗାଯୋଗ କରିଥିଲା। 

କାନାଡା ସରକାର 55ତମ ସାଧାରଣ ସଭାରେ ଏହି ପ୍ରସ୍ତାବକୁ ଆଗତ କରିଥିଲେ ଏବଂ ମିଳିତ ଜାତିସଂଘ ଡିସେମ୍ବର 19, 2011ରେ ଏହି ସଂକଳ୍ପକୁ ପାରିତ କରିଥିଲା। ସେହିଦିନ ଅକ୍ଟୋବର 11କୁ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ପାଇଁ ସ୍ଥିର କରାଯାଇଥିଲା। ଏହାପରେ 2012 ପରଠାରୁ ପ୍ରତିବର୍ଷ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଉଛି।

ବିଷୟବସ୍ତୁ 
ପ୍ରତିବର୍ଷ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଏକ ବିଷୟବସ୍ତୁ ବା ଥିମ୍ ଆଧାରରେ ପାଳନ କରାଯାଏ। ଚଳିତ ବର୍ଷ 'ବର୍ତ୍ତମାନ ଆମ ସମୟ- ଆମ ଅଧିକାର, ଆମ ଭବିଷ୍ୟତ'("Our time is now—our rights, our future.") ଥିମ୍ ରଖାଯାଇଛି। ଏହି ଦିବସରେ ସ୍କୁଲ୍, କଲେଜ ଏବଂ ବେସରକାରୀ ସଂସ୍ଥାମାନରେ ସଚେତନତା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ମହିଳାମାନଙ୍କୁ ସମ୍ମାନ ଏବଂ ସେମାନଙ୍କ ଅଧିକାର ପାଇଁ ଅବଗତ କରାଯାଏ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hOonqwy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages