କାହିଁକି ଅକ୍ଟୋବର ୪ରେ ପାଳନ ହୁଏ ପଶୁ କଲ୍ୟାଣ ଦିବସ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 3, 2023

କାହିଁକି ଅକ୍ଟୋବର ୪ରେ ପାଳନ ହୁଏ ପଶୁ କଲ୍ୟାଣ ଦିବସ, ଜାଣନ୍ତୁ

ଆଜି ବିଶ୍ୱ ପଶୁ କଲ୍ୟାଣ ଦିବସ। ପ୍ରିତବର୍ଷ ଆଜିର ଦିନକୁ ଅର୍ଥାତ୍ ଅକ୍ଟୋବର ୪କୁ ବିଶ୍ୱ ପଶୁ କଲ୍ୟାଣ ଦିବସ ରୂପେ ପାଳନ କରାଯାଏ। ପଶୁମାନଙ୍କ ସୁରକ୍ଷା ଏବଂ ମାନବ ଜାତି ସହ ସେମାନଙ୍କର ସମ୍ପର୍କକୁ ମଜବୁତ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। କିଏ ଏହି ଦିନ ପାଳନ ଆରମ୍ଭ କରିଥିଲେ ଏବଂ କେବେଠାରୁ ପାଳନ କରାଯାଉଛି, ଜାଣନ୍ତୁ...

କେବେଠୁ ଆରମ୍ଭ ହୋଇଥିବା ବିଶ୍ୱ ପଶୁ କଲ୍ୟାଣ ଦିବସ

ଏହି ଦିନ ସେଣ୍ଟ ଫ୍ରାନ୍ସିସ ଅଫ୍‌ ଆସିସିଙ୍କ ଜନ୍ମଦିନ। ସେ ପଶୁମାନଙ୍କର ଜଣେ ମହାନ ସଂରକ୍ଷକ ଥିଲେ। ପଶୁଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ସେମାନଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଉଥିଲେ। ତାଙ୍କ ଜନ୍ମଦିନକୁ ପଶୁ କଲ୍ୟାଣ ଦିବସ ରୂପେ ପାଳନ କରାଯାଉଛି। ପ୍ରଥମେ ୧୯୩୧ ମସିହାରେ ଇଟାଲୀର ଫ୍ଲୋରେନ୍ସ ସହରରେ ପରିବେଶବିତଙ୍କ ସମ୍ମିଳନୀରେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା।

ଉଦ୍ଦେଶ୍ୟ

ଏହି ଦିନ ପାଳନ କରିବାର ମୂଳ ଉଦ୍ଦେଶ୍ୟ ଥିଲା ବିଲୁପ୍ତ ପ୍ରାଣୀମାନଙ୍କୁ ସୁରକ୍ଷା ଏବଂ ସଂରକ୍ଷଣ କରିବା ସହିତ ଲୋକମାନଙ୍କ ସହ ସମ୍ପର୍କକୁ ମଜବୁତ କରିବା। ପଶୁମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଏହି ଦିନର ସ୍ୱତନ୍ତ୍ର ଆୟୋଜନ ହୁଏ। ଏହା ଫଳରେ ଲୋକମାନଙ୍କର ପଶୁଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସହାନଭୂତି ଜାତ ହେବ, ଫଳରେ ପଶୁମାନଙ୍କ ଜୀବନ ସୁରକ୍ଷିତ ଏବଂ ଉନ୍ନତ ହୋଇପାରିବ।

ପଶୁ କଲ୍ୟାଣ ଦିବସକୁ ପଶୁପ୍ରେମୀ ଦିବସ ଭାବରେ ମଧ୍ୟ ଜଣାଯାଏ। ପଶୁମାନଙ୍କ ପ୍ରତି ପ୍ରେମ ବ୍ୟକ୍ତ କରିବା ପାଇଁ ଏହି ଦିନଟି ଏକ ଗୁରୁତ୍ୱପୂର୍ଣ୍ଣ ଦିନ, କିନ୍ତୁ ଏହି ଦିନ ପାଳନ କରିବାର ଅନେକ କାରଣ ଅଛି ଯେପରିକି ପଶୁମାନଙ୍କ ପ୍ରତି ଦେଖାଯାଉଥିବା ଘୃଣ୍ୟ ଅମାନୁଷିକ ଆଚରଣ, ପଶୁଙ୍କୁ ନେଇ ବେଆଇନ ବ୍ୟବସାୟ, ବୁଲା କୁକୁର ଏବଂ ବିଲେଇଙ୍କ ପ୍ରତି ଅତ୍ୟାଚାର। ଏହା ବ୍ୟତୀତ ପଶୁଙ୍କ ସୁରକ୍ଷା ପାଇଁ ଅନ୍ୟାନ୍ୟ ନିୟମାବଳୀ ମଧ୍ୟ ରହିଛି। ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ପଶୁ କ୍ରୁରତା ଅଧିନିୟମ ୧୮୩୫। ପଶୁମାନଙ୍କ ସୁରକ୍ଷା ପାଇଁ ନିୟମ ଆଣିବାରେ ଏହା ବିଶ୍ୱରେ ପ୍ରଥମ, ଯାହା ବ୍ରିଟେନରେ ଲାଗୁ ହୋଇଥିଲା। 
  • ଭାରତରେ ପଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ପଶୁ କ୍ରୁରତା ପ୍ରତିରୋଧ ଅଧିନିୟମ ୧୯୬୬ ପ୍ରଣୟନ କରାଯାଇଥିଲା।
  • ପ୍ରାଣୀ ସୁରକ୍ଷା ଆଇନ ୧୯୧୧ ପଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ତିଆରି କରାଯାଇଥିଲା।
  • ପଶୁ କଲ୍ୟାଣ ଅଧିନିୟମ ୧୯୬୬ ଆମେରିକା ରାଷ୍ଟ୍ରୀୟ ଆଇନ ପ୍ରଣୟନ ହୋଇଛି
  • ୧୯୬୭ରେ ବ୍ରିଟିଶ ସରକାରଙ୍କ ଦ୍ୱାରା ପଶୁ କଲ୍ୟାଣ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା, ପରେ ଏହି କମିଟି ଫାର୍ମ ପଶୁ କଲ୍ୟାଣ ପରିଷଦରେ ପରିଣତ ହୋଇଥିଲା।
  • ବ୍ରିଟେନରେ ପଶୁ କଲ୍ୟାଣ ଆଇନ୨୦୦୬ ପ୍ରଣୟନ କରାଯାଇଥିଲା। 


from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yCF8dRk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages