ଆଜି ଠାରୁ ଦିନିକିଆ ବିଶ୍ୱକପ: ୨୦୧୯ରେ ଯେଉଁଠି ଶେଷ ହୋଇଥିଲା ସେଇଠୁ ଆରମ୍ଭ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 4, 2023

ଆଜି ଠାରୁ ଦିନିକିଆ ବିଶ୍ୱକପ: ୨୦୧୯ରେ ଯେଉଁଠି ଶେଷ ହୋଇଥିଲା ସେଇଠୁ ଆରମ୍ଭ ହେବ

ଦିନିକିଆ ବିଶ୍ୱକପ ୨୦୨୩ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ୨୦୧୯ ଫାଇନାଲରେ ହାରିଥିବା ନ୍ୟୁଜିଲ୍ୟାଣ୍ଡ। ଭାରତୀୟ ସମୟ ଦିନ ୧.୩୦ରେ ଏହି ମ୍ୟାଚ ଆରମ୍ଭ ହେବ। 

୨୦୧୯ ଦିନିକିଆ ବିଶ୍ୱକପର ଫାଇନାଲ ସମସ୍ତଙ୍କର ମନେଥିବ। ଲର୍ଡସରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ର ସୁପର ଓଭର୍‌ ଟାଇ ହେବାରୁ ବାଉଣ୍ଡରୀ ଭିତ୍ତିରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା। ଏବେ ପୁଣି ସେମିତି କିଛି ରୋମାଞ୍ଚକର ମ୍ୟାଚ ଦେଖିବାକୁ କ୍ରିକେଟ ପ୍ରେମୀ ଅପେକ୍ଷାରେ ରହିଛନ୍ତି। 

୨୦୧୯ରେ ଯେଉଁଠି ଏହି ଲଢ଼େଇ ଶେଷ ହୋଇଥିଲା ୨୦୨୩ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଖେଳ ସେଇଠୁ ଆରମ୍ଭ ହେବ। ବିଶ୍ୱର ସର୍ବବୃହତ୍ତ ଷ୍ଟାଡିୟମରେ ୨୦୨୩ ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ପରମ୍ପରା ଅନୁସାରେ କିନ୍ତୁ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଓପନିଂ ସେରିମନୀ ଅନୁଷ୍ଠିତ ହେବ ନାହିଁ। ବିସିସିଆଇ ଏହି କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛି। ପ୍ରଥମ ମ୍ୟାଚ୍‌ ବଦଳରେ ଭାରତ-ପାକିସ୍ତାନ(ଅକ୍ଟୋବର ୧୪) ଲଢ଼େଇ ପୂର୍ବରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ବିଶ୍ୱକପର ମୁଖ୍ୟ ପ୍ରତିଯୋଗିତା ପୂର୍ବରୁ ଦୁଇ ଦଳ ଭାରତର ଅଭ୍ୟାସ ମ୍ୟାଚ୍‌ ଖେଳି ସାରିଛନ୍ତି। ଦୁଇ ଦଳ ଭାରତର ପାଣିପାଗ ସହ ନିଜକୁ ଖାପ ଖୁଆଇବା ମଧ୍ୟ ଶିଖି ସାରିଲେଣି। ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡର ଅଧିକାଂଶ ଖେଳାଳି ଆଇପିଏଲ ଖେଳୁଛନ୍ତି। ତେଣୁ ପିଚ୍‌ ସମ୍ପର୍କରେ ସେମାନଙ୍କର ବେଶ ଜ୍ଞାନ ରହିଛି। ନ୍ୟୁଜିଲ୍ୟାଣ୍ଡ ଦଳକୁ ଟ୍ରେଣ୍ଟ ବୋଲ୍ଟ ଫେରିବା ଗୋଟିଏ ଭଲ ଖବର। କିନ୍ତୁ ଅଭିଜ୍ଞ କେନ ୱିଲିୟମସନ ଆହତ ସମସ୍ୟା ଦେଇ ଗତି କରୁଥିବାରୁ ଆଜିର ମ୍ୟାଚ୍‌ ଖେଳିବେ କି ନାହିଁ ସନ୍ଦେହ।

ଇଂଲଣ୍ଡ କଥା ବିଚାରକୁ ନେଲେ ବେନ ଷ୍ଟୋକ୍ସ ଆହତ ହୋଇଛନ୍ତି। ଏଥିପାଇଁ ସେ ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଖେଳି ନଥିଲେ। ତେଣୁ ଆସନ୍ତାକାଲି ତାଙ୍କ ଉପରେ ସମସ୍ତଙ୍କର ନଜର ରହିବ।

ବିଶ୍ୱକପ ପୂର୍ବରୁ ହିଁ ଷ୍ଟୋକ୍ସ ନିଜ ଅବସର ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇ ଦଳକୁ ଫେରିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତେବେ ସେ ଯଦି ଆହତ ସମସ୍ୟା ଯୋଗୁ ନ ଖେଳିବେ, ତା’ହେଲେ ପ୍ରଥମ ମ୍ୟାଚ୍‌ରେ ହ୍ୟାରୀ ବ୍ରୁକଙ୍କୁ ସୁଯୋଗ ମିଳିପାରେ।

ଇଂଲଣ୍ଡ ପାଇଁ ଜନ୍ନି ବେୟାରଷ୍ଟୋଙ୍କ ସହ ଡାୱିଡ ମଲାନ ଇନିଂସ ଆରମ୍ଭ କରିବେ। ଏମାନଙ୍କ ବ୍ୟତୀତ ଜୋ ରୁଟ, ହ୍ୟାରି ବ୍ରୁକ, ଜୋଶ ବଟଲର, ଲିଆମ ଲିଭିଙ୍ଗଷ୍ଟୋନ, ମୋଇନ ଅଲୀ ଓ ସାମ କରନାନ ବ୍ୟାଟିଂ କରିବାକୁ ସକ୍ଷମ। କ୍ରିସ ୱିକ୍ସଙ୍କ ସହ ମାର୍କ ଉଡ ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ। ସ୍ପିନ ବାହିନୀର କମାଣ ଆଦିଲ ରଶିଦଙ୍କ ହାତରେ ରହିବ।

ନ୍ୟୁଜିଲ୍ୟାଣ୍ଡ କଥା ବିଚାରକୁ ନେଲେ ୱିଲିୟମସନଙ୍କ ଅନୁପସ୍ଥିତିରେ ଦଳର ମଧ୍ୟକ୍ରମ ସାମନ୍ୟ ଦୁର୍ବଳ ରହିବ। ଅଭ୍ୟାସ ମ୍ୟାଚ୍‌ରେ ସ୍ପିନିଂ ଅଲରାଉଣ୍ଡର ରଚିନ ରବୀନ୍ଦ୍ର ଓପନିଂ ବ୍ୟାଟିଂ କରି ୯୭ ରନ କରିଥିଲେ। ତେଣୁ ତାଙ୍କୁ ଆଜିର ମ୍ୟାଚ୍‌ରେ ସୁଯୋଗ ମିଳିପାରେ। ମଧ୍ୟକ୍ରମରେ ଜମ୍ମି ନୀଶମଙ୍କୁ ମଧ୍ୟ ଟିମ ମ୍ୟାନେଜମେଣ୍ଟ ସୁଯୋଗ ଦେଇପାରେ। ନଚେତ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ମ୍ୟାଚ ଖେଳିବେ।

ଡେଭୋନ କନୱେଙ୍କ ସହ ୱିଲ ୟଙ୍ଗ ଇନିଂସ ଆରମ୍ଭ କରିବେ। ମଧ୍ୟକ୍ରମରେ ଡାର୍ଲି ମିଚେଲ, ଟମ ଲାଥମ(ଅଧିନାୟକ), ଗ୍ଲେନ ଫିଲିପ୍ସ, ନୀଶମ/ରବୀନ୍ଦ୍ର ଓ ମିଚେଲ ସାଣ୍ଟର ରହିବେ। ଈଶ ଶୋଢ଼ି, ମ୍ୟାଟ ହେନରୀ, ଟ୍ରେଣ୍ଟ ବୋଲ୍ଟ ଓ ଲକି ଫର୍ଗୁସନଙ୍କୁ ଦଳ ଚୂଡ଼ାନ୍ତ ଏକାଦଶରେ ରଖିପାରେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/oMhF2iC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages