ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟ ଗଲେ ଅନୁଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 16, 2023

ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟ ଗଲେ ଅନୁଭବ

ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି। ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟରେ ଅପିଲ କରିଛନ୍ତି ଅନୁଭବ। ଫ୍ୟାମିଲି କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ଅନୁଭବ। ବିବାହ ବିଚ୍ଛେଦ ନେଇ ଫ୍ୟାମିଲି କୋର୍ଟରେ ଅନୁଭବ ଅବେଦନ କରିଥିବା ବେଳେ କୋର୍ଟ ମାମଲାକୁ ଖାରଜ କରିଥିଲେ।

ପ୍ରଥମେ ଅନୁଭବ ବିବାହ ବିଚ୍ଛେଦ ମାମଲା ଦିଲ୍ଲୀ ପଟିଆଲା କୋର୍ଟରେ କରିଥିଲେ। ଏହି ମାମଲା କଟକରେ ବିଚାର କରାଯାଉ ବୋଲି  ବର୍ଷା ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା କଟକକୁ ଆସିଥିଲା। କଟକ ଫ୍ୟାମିଲି କୋର୍ଟରେଏହି ମାମଲା ବିଚାରାଧିନ ଥିଲା। ଗତ ୨୨ ତାରିଖରେ କୋର୍ଟ ଏହି ମାମଲାକୁ ଖାରଜ କରି ଦେଇଥିଲେ। ଏହା ସହିତ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଖାରଜ କରି ଦେଇଥିଲେ କୋର୍ଟ। ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା ଆବେଦନ କରିଥିଲେ।

ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ବିଭିନ୍ନ ସମୟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ କରି ଅନେକ କଥା ପୋଷ୍ଟ କରିଥାନ୍ତି। ଯାହାକୁ ନେଇ ସୋଶାଆଲ ମିଡିଆ ବର୍ଷା ଓ ଅନୁଭବ ମୁହିଁମୁହିଁ ହୋଇଥାନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/0aSmDxJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages