ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ମାନ୍ୟତା? ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 16, 2023

ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ମାନ୍ୟତା? ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ, ଆଜି ସୁପ୍ରିମକୋର୍ଟରେ ଆସିବ ରାୟ। ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ପ୍ରକାଶ କରିବେ।

ଗତ ଏପ୍ରିଲ ୧୧ ତାରିଖରେ ସାମ୍ବିଧାନିକ ବେଞ୍ଚ ଏହା ଉପରେ ହୋଇଥିବା ଆବେଦନର ଶୁଣାଣି ଆରମ୍ଭ କରିଥିଲେ ଏବଂ ଗତ ମେ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ଏନେଇ ଆଗତ ପ୍ରାୟ ୨୧ ଟି ପିଟିସନର ଏକାଠି ଶୁଣାଣି କରିଥିଲେ।

୧୮ ଯୋଡ଼ା ସମଲିଙ୍ଗୀ ଦମ୍ପତି ସେମାନଙ୍କ ସମ୍ପର୍କକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ଆବେଦନ କରିଛନ୍ତି। ସେମାନେ ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ମାନ୍ୟତା ପାଇଁ  ଅନୁରୋଧ କରିଛନ୍ତି। ଦେଶରେ ପ୍ରଚଳିତ ସ୍ୱତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ମଧ୍ୟ ସାମିଲ କରିବାକୁ ସେମାନେ କହିଛନ୍ତି। 

୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ଆଇପିସିର ଧାରା ୩୭୭କୁ ରଦ୍ଦ କରିଦେଇଥିଲେ। ଯାହା ଫଳରେ ସହମତିରେ ଦୁଇ ପ୍ରାପ୍ତ ବୟସ୍କ ସମଲିଙ୍ଗୀ ନିଜ ଭିତରେ ସମ୍ପର୍କ ରଖିଲେ ତାକୁ ଅପରାଧ କୁହାଯିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।  ଏଭଳି ସ୍ଥିତିରେ ସମଲିଙ୍ଗୀ ବିବାହକୁ ମଧ୍ୟ ଆଇନଗତ ମାନ୍ୟତା ମିଳିବା ଦରକାର ବୋଲି ସେମାନେ ଦାବି କରୁଛନ୍ତି।

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିକୁ ବିରୋଧ କରୁଥିବା କେନ୍ଦ୍ର ସରକାର ଏହାକୁ ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା କହି ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଥିଲେ। ଏଥିସହ ଏହା ସାଧାରଣ ବିବାହ ପରମ୍ପରାକୁ ବିଚ୍ୟୁତ କରିବ ବୋଲି ମଧ୍ୟ କହିଥିଲେ। ତେବେ କେନ୍ଦ୍ର ସରକାରଙ୍କ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ଯୁକ୍ତିକୁ ସୁପ୍ରିମକୋର୍ଟ ଗ୍ରହଣ କରି ନଥିଲେ।

ଜଷ୍ଟିସ ଚନ୍ଦ୍ରଚୂଡ଼ ମେ’ ମାସରେ କହିଥିଲେ ଯେ ସମଲିଙ୍ଗୀ ବିବାହକୁ କେବେ ହେଲେ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ କୁହାଯାଇ ପାରିବ ନାହିଁ। ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଶ୍ରେଣୀରୁ ବାହାର କରିବା ପରେ ଏହା ଅଧିକ ପ୍ରଚଳିତ ହୋଇଛି।

ଅଧିକ ସହରୀ ଲୋକ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସର୍ବସମ୍ମୁଖରେ ଉପସ୍ଥାପନ କରୁଥିବାରୁ ଏହା ସହରୀ ଲାଗିପାରେ। କିନ୍ତୁ ସମଲିଙ୍ଗୀ ବିବାହ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ବୋଲି ପ୍ରମାଣ କରିବା ପାଇଁ ସରକାର ପାଖରେ କୌଣସି ତଥ୍ୟ ନାହିଁ।

କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ କୁ ଆଇନଗତ ମାନ୍ୟତା ଦେବା ସପକ୍ଷରେ ନ ଥିବା ବେଳେ ଶୁଣାଣି ବେଳେ କହିଥିଲେ, ଏହି ମାମଲାର ଶୁଣାଣିକୁ ନେଇ ଆମର ଆପତ୍ତି ରହିଛି। କାରଣ ଏହା ସଂସଦର ଅଧିକାରର ବିଷୟ । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ଭାରତୀୟ ନୀତିଗତ ଆଦର୍ଶ ଉପରେ ପର୍ଯ୍ୟବେଷିତ। ବହୁ ସଂଖ୍ୟାରେ ଦେଶବାସୀଙ୍କ ପରାମର୍ଶ ନେଇ ଏହି ମାମଲାର ଶୁଣାଣି କରାଯିବା ଉଚିତ। ତେଣୁ ସଂସଦୀୟ ପ୍ଲାଟଫର୍ମରେ ଏହାର ଶୁଣାଣି ହେଲେ, ବେଶ ଫଳପ୍ରଦ ହୋଇପାରିବ।

କେନ୍ଦ୍ର ସରକାର ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ କରିଥିଲେ ମଧ୍ୟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ବିରୋଧରେ ରହିଛନ୍ତି। ସ୍ୱାମୀ, ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ପରିବାର ଗଠିତ। ହେଲେ ସମଲିଙ୍ଗୀ ବିବାହରେ ଏହା ସମ୍ଭବ ନୁହେଁ। ସମଲିଙ୍ଗୀ ସମ୍ପର୍କ ସ୍ପଷ୍ଟ ଭିନ୍ନ ବର୍ଗ, ଯାହାକୁ ସମାନ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। 

ତେଣୁଏପରି ସ୍ଥିତିରେ ଅଜି ଆସିବାକୁ ଥିବା ଯୁଗାନ୍ତକାରୀ ରାୟ ଉପରେ ସମସ୍ତଙ୍କ ନଜର ରହିଛି। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/toGRFVf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages