ଘର ପଛ ପଟେ ଶୋଇଥିଲା ବଉଳା କୁମ୍ଭୀର। କିଛି ଅଘଟଣ ଘଟିବା ପୂର୍ବରୁ ଦେଖି ଦେଇଥିଲେ ଲୋକେ। ବନ ବିଭାଗ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚାନ୍ଦି ବାଉଁଶମୂଳ ପଂଚାୟତର ଯଦୁଚନ୍ଦ୍ରପୁର ଗାଁରେ। ବଉଳା କୁମ୍ଭୀରର ଲମ୍ବ ପ୍ରାୟ ୧୩ ଫୁଟ୍ ହେବ।
ଗତକାଲି ଯଦୁଚନ୍ଦ୍ରପୁର ଗାଁର ମହେଶ୍ୱର ବେହେରାଙ୍କ ଘର ପଛପଟେ ଥିବା ବାଡ଼ିରେ ବଉଳା କୁମ୍ଭୀର ଶୋଇଥିଲା। ପରିବାର ଲୋକେ କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ। ରାଜନଗର ବନ ବିଭାଗର ୪ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୌଶଳ କ୍ରମେ କୁମ୍ଭୀରଟିକୁ କାବୁ କରିଥିଲେ। ପରେ ତାକୁ ଭିତରକନିକା ବଂlଶଗଡା ନଦୀରେ ଛାଡି ଦେଇଥିଲେ। ଗାଁ ଭିତରୁ କୁମ୍ଭୀରଟି ଉଦ୍ଧାର ହେବା ପରେ ଗ୍ରମାବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।
ସୂଚନା ଥାଉକି କି, କିଛି ଦିନ ତଳେ ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ଏକ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଥିଲା। ସେହିପରି ପେଣ୍ଠ ମୁଖ୍ୟରାସ୍ତାରେ ଥିବା ଏକ ଚିଙ୍ଗୁଡ଼ି ଘେରିରୁ ବଉଳା କୁମ୍ଭୀର ବନ ବିଭାଗ ଉଦ୍ଧାର କରାଯାଇଥିଲା। ବାରମ୍ବାର ଜନ ବସତିକୁ କୁମ୍ଭୀର ପଶି ଆସୁଥିବାରୁ ରାଜନଗର ବାସୀ ଆତଙ୍କିତ ଭାବେ ଦିନ କାଟୁଛନ୍ତି l
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yW28N4f
No comments:
Post a Comment