ମେଷ: ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବା ସହ ମାନସିକ ଶାନ୍ତି ପାଇବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ଫଳରେ ପରିବାରରେ ଖୁସିର ବାତାବରଣ।
ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ଅଧାଥିବା କାର୍ଯ୍ୟ ପୂରଣ ହେବ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ୱାରା ଆର୍ଥିକ ସମସ୍ୟା ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସୁଖ ଶାନ୍ତି ମିଳିବ।
ମିଥୁନ: କାର୍ଯ୍ୟାଳୟ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ତରବରିଆ କୌଣସି କାର୍ଯ୍ୟ ନକରି ସବୁ ଆଡକୁ ନଜର ଦେଇ କାମ କରିବା ଉଚିତ୍।
କର୍କଟ: ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବା ସହ ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷା ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡ଼ିବ ।
ସିଂହ: ସ୍ୱାସ୍ଥ୍ୟ ଦିଗରୁ ଆଶ୍ୱସ୍ତି ଲାଭ କରିବା ସହ ନୂଆ ଯୋଜନାରେ ସଫଳ ହେବେ। ବ୍ୟବସାୟରେ ପ୍ରସାର ପ୍ରଚାର କରି ବଢ଼ାଇବାକୁ ମନ ବଳାଇ ପାରନ୍ତି। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବା ଫଳରେ ବକେୟା ଅର୍ଥ ଆଦାୟ ହେବ।
କନ୍ୟା: ଶରୀର ଭଲ ରହିବା ଯୋଗେ ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରନ୍ତି ।
ତୁଳା: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ସହ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ।
ବିଚ୍ଛା: ସାମୁହିକ ପ୍ରୟାସ ଓ ସହଯୋଗ ଦ୍ବାରା ଆଗକୁ ବଢିବା ସମ୍ଭବ ହେବ । ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହିହେବ। ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ସହ ଶତୃ ମାନେ ପୁନରାୟ ପଛରେ ଲାଗି ଯାଇପାରନ୍ତି।
ଧନୁ: ଶରୀର ଭଲ ରହିବା ଯୋଗେ ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ ଓ ଶୁଭ ସମାଚାର ପାଇ ଖୁସି ହେବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ।
ମକର: ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବା ଫଳରେ ଆନନ୍ଦିତ ହେବେ। ଭାତୃବିବାଦ, ପଡ଼ୋଶୀ କଳହ, ଜାଗାଜମି ପାଇଁ ଥିବା ସମସ୍ୟାର ଅପୋଷ ସମାଧାନ ହେବ। ବନ୍ଧୁ ମିତ୍ରଙ୍କର ପ୍ରେରଣା ଦ୍ୱାରା ଜଟିଳ ସମସ୍ୟାର ସମାଧାନ ହୋଇ ଶାନ୍ତି ଦେଖାଦେବ ।
କୁମ୍ଭ: ଶତ୍ରୁ ଓ ବିରୋଧୀ ମାନେ ଶତ ଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । କୌଶଳପୂର୍ଣ୍ଣ କାର୍ଯ୍ୟ ଶୈଳୀ ସାଙ୍ଗକୁ ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ।
ମୀନ: ପ୍ରତ୍ୟେକ କ୍ଷେତ୍ରରେ ଭଲ ଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ । ମିତ୍ର ମାନେ ପରାମର୍ଶ ଦେଇ ଲାଭ ଦାୟକ କାମ ପ୍ରତି ପ୍ରଲୋଭିତ କରିବେ। ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବାକୁ ପଡ଼ିପାରେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WtNpSdU
No comments:
Post a Comment