ମେକ୍ସିକୋର ଭୟଙ୍କର ବସ୍‌ ଦୁର୍ଘଟଣା;୧୬ ମୃତ, ୨୭ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 6, 2023

ମେକ୍ସିକୋର ଭୟଙ୍କର ବସ୍‌ ଦୁର୍ଘଟଣା;୧୬ ମୃତ, ୨୭ ଗୁରୁତର

ମେକ୍ସିକୋର ଓକସାକା ସହରରେ ଗତକାଲି ସକାଳେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୬ ଜଣଙ୍କ ଜୀବନ ଯାଇଥିବା ବେଳେ ୨୭ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ଭେନଜୁଏଲାର ନାଗରିକ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ୩ ଶିଶୁ ଓ ଦୁଇ ମହିଳା ବି ଅଛନ୍ତି।

ଗତକାଲି ଭୋରରୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବସ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି। ମାତ୍ର ଦୁର୍ଘଟଣାର କାରଣ ଜଣାପଡ଼ିନି। ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। 

ସୂଚନା ଅନୁଯାୟୀ, ପ୍ରାୟ ୫୫ ଭେନଜୁଏଲା ନାଗରିକ ଉକ୍ତ ବସ୍‌ରେ ଥିଲେ। ସେମାନେ ମେକ୍ସିକୋ ଦେଇ ବେଆଇନ ଭାବ ଆମେରିକା ବର୍ଡର ଅଭିମୁଖେ ଦ୍ରୁତ ଗତିରେ ଯାତ୍ରା କରୁଥିଲେ। ମେକ୍ସିକୋରେ ନିୟମିତ ଭାବ ଶରଣାର୍ଥୀ ଯାଉଥିବା ଯାନବାହନ ଉପରେ ଚଢ଼ାଉ କରାଯାଉଥିବାରୁ ବିପଦପୂର୍ଣ୍ଣ ଭାବେ ବହୁ ଲୋକ ଯାତ୍ରା କରୁଛନ୍ତି।

ଉପଯୁକ୍ତ କାଗଜପତ୍ର, ଡକ୍ୟୁମେଣ୍ଟ ଓ ଟିକେଟ ସହ ଯାତ୍ରା କରିବା ଉପରେ ମେକ୍ସିକୋ ସରକାର ଗୁରୁତ୍ୱ ଦେଉଥିବା ବେଳେ ଆର୍ଥିକ ଦିଗରୁ ଅନଗ୍ରସର ଲୋକେ ଶସ୍ତାରେ ଯିବା ନିମନ୍ତେ ଏପରି ଉପାୟ ଅବଲମ୍ବନ କରିବାକୁ ପଛାଉ ନାହାନ୍ତି। ଫଳରେ କିଛି ଦଲାଲ ସ୍ୱଳ୍ପ ଅର୍ଥରେ ସେମାନଙ୍କୁ ପୁରୁଣା ବସ୍‌, ଟ୍ରକ୍‌ରେ ବର୍ଡର ପାସ୍‌ କରାଉଥିବା ବେଳେ ଏପରି ଦୁର୍ଘଟଣା ଘଟୁଛି।

ଏହା ପୂର୍ବରୁ ରବିବାର ବି ମେକ୍ସିକୋରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଥିଲା। ଦକ୍ଷିଣ ମେକ୍ସିକୋରେ ଏକ ଟ୍ରକ୍‌ ଓଲଟିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୨୫ ଜଣ ଗୁରୁତର ହୋଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/E6o4RVU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages