ଆଜି ଠାରୁ ଭାରତର ବିଶ୍ୱକପ ଅଭିଯାନ: ଗିଲଙ୍କ ବଦଳରେ ଈଶାନ କିଶନ, ସୁଯୋଗ ଅପେକ୍ଷାରେ ଅଶ୍ୱିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 7, 2023

ଆଜି ଠାରୁ ଭାରତର ବିଶ୍ୱକପ ଅଭିଯାନ: ଗିଲଙ୍କ ବଦଳରେ ଈଶାନ କିଶନ, ସୁଯୋଗ ଅପେକ୍ଷାରେ ଅଶ୍ୱିନ

୧୪୦ କୋଟି ଭାରତୀୟଙ୍କ ଆଶା ଓ ବିଶ୍ୱାସ ନେଇ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ଆଜି ଠାରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ୧୨ ବର୍ଷ ପରେ ଭାରତକୁ ବିଶ୍ୱକପ ଫେରିଥିବା ବେଳେ ଟ୍ରଫି ଜିତିବା ଲକ୍ଷ୍ୟରେ ଭାରତୀୟ କ୍ରିକେଟ ଟିମ।

ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରୁ ଟିମ ଇଣ୍ଡିଆ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ସ୍ପିନକୁ ସୁହାଉଥିବା ଚେନ୍ନାଇର ଚେପକ ଷ୍ଟାଡିୟମରେ ଆଜି ଦିନ ୨ଟାରୁ ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ପାୱାର ହାଉସ ମୁହାଁମୁହିଁ ହେବେ।

ଏସିଆନ ଗେମ୍ସରେ ଦେଶବାସୀ ଦେଖିଥିବା ସ୍ୱପ୍ନକୁ ଖେଳାଳିମାନେ କିଛିଟା ଅଂଶରେ ପୂରଣ କରିଛନ୍ତି। ଏବେ ପୂରା ଦେଶରେ ଏସିଆନ ଗେମ୍ସ ମାନିଆ। ଭାରତୀୟ ଆଥଲେଟିକ୍ସମାନେ ମଧ୍ୟ ୧୦୭ ପଦକ ଜିତି ଅବ କି ବାର ୧୦୦ ପାର ନାରାକୁ ସଫଳ କରିଛନ୍ତି।

ଏସିଆନ ଗେମ୍ସରେ ଭାଗ ଦେଇଥିବା ଭାରତୀୟ ଯୁବ କ୍ରିକେଟ ବାହିନୀ ସ୍ୱର୍ଣ୍ଣ ପଦକ ହାତେଇଛି। ଏବେ ସିନିୟର ଟିମ ବିଶ୍ୱକପ ଜିତି ଭାରତୀୟ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରୁ ବୋଲି ସମସ୍ତେ ଆଶା କରିଛନ୍ତି। ଭାରତରେ ବିଶ୍ୱକପ ଖେଳା ଯାଉଥିବାରୁ କ୍ରୀଡ଼ାପ୍ରେମୀଙ୍କ ଆଶା ଅଧିକ ବଢ଼ି ଯାଇଛି।

୨୦୧୧ରେ ଭାରତରେ ବିଶ୍ୱକପ ଖେଳା ଯାଇଥିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ଭାରତ ଟ୍ରଫି କବଜା କରିଥିଲା। ଏଥର ଭାରତୀୟ କ୍ରୀଡ଼ା ପ୍ରେମୀ ରୋହିତ ଆଣ୍ଡ କୋ ଠାରୁ ସେମିତି କିଛି ଆଶା ରଖିଛନ୍ତି। ତେବେ ଦଳର ବିଶ୍ୱକପ ଦଖଲ କରିବା ମିଶନ ସେତେ ସହଜ ହେବନି।

କାରଣ ଆଜି ଦଳ ପ୍ରଥମ ମ୍ୟାଚ୍‌ରେ ପାଟ କମିନ୍ସଙ୍କ ଅଷ୍ଟ୍ରେଲିଆକୁ ଭେଟିବ। ଉଭୟ ଟିମ ମଧ୍ୟରେ ଆମେ ୧୯୮୬ ଟାଇ ଟେଷ୍ଟ ହେଉ କି ୧୯୮୭ ମସିହା ରିଲାଏନ୍ସ କପର ଲଢ଼େଇ କିମ୍ବା ୨୦୦୧ ଟେଷ୍ଟ ଦେଖିଛୁ। ତେଣୁ ଆଜି ସେମିତି ଏକ ଜୋରଦାର ଲଢ଼େଇର ଆଶା ସମସ୍ତେ ରଖିଛନ୍ତି।

ଯଦି ଭାରତର ବ୍ୟାଟିଂ ବିଶ୍ୱସ୍ତରୀୟ, ତା’ହେଲେ ଅଷ୍ଟ୍ରେଲିଆର ପେସ୍‌ ଆଟାକ ସର୍ବଶ୍ରେଷ୍ଠ। କିନ୍ତୁ ଚେନ୍ନାଇ ଭଳି ପିଚ୍‌ରେ ପେସ୍‌ ଆଟାକ କେତେ କାମ ଦେବେ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ଆଜିର ମ୍ୟାଚ୍‌ରେ ଭାରତ ପାଇଁ ଶୁବମନ ଗିଲ୍‌ ଖେଳିବାର ଆଶା ନାହିଁ।

ସେ ଡେଙ୍ଗୁ ଜ୍ୱରେ ପୀଡ଼ିତ। ତାଙ୍କ ବଦଳରେ ୩୬ ବର୍ଷୀୟ ରୋହିତ ଶର୍ମାଙ୍କ ସହ ଈଶାନ କିଶନ ଓପନିଂ କରିପାରନ୍ତି। ଦଳର କେଏଲ ରାହୁଲ ବି ଅଛନ୍ତି। ପୂର୍ବରୁ ସେ ରୋହିତଙ୍କ ସହ ଓପନ କରିବାର ନଜିର ରହିଛି। କିନ୍ତୁ ବିଶ୍ୱକପରେ ରାହୁଲଙ୍କୁ ହିଁ ମଧ୍ୟଭାଗ ସମ୍ଭାଳିବାକୁ ପଡ଼ିବ।

୩୫ ବର୍ଷୀୟ ବିରାଟ କୋହଲି ବିଶ୍ୱ କ୍ରିକେଟର ଶ୍ରେଷ୍ଠ ବ୍ୟାଟର। ସବୁ ଫର୍ମାଟରେ ସେ ନିଜର ଜଲୱା ଦେଖା ସାରିଛନ୍ତି। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିବା ପାଇଁ ସେ ମାତ୍ର ୩ଟି ଶତକ ଆବଶ୍ୟକ କରୁଛନ୍ତି। ୨୦୧୧ରେ ସଚିନ ତେନ୍ଦୁଲକର ବିଶ୍ୱକପ ଜିତିଥିଲେ। ଏହି ଟିମରେ ବିରାଟ ମଧ୍ୟ ଥିଲେ।

ଏବେ ୧୨ ବର୍ଷ ପରେ ବିରାଟ ଭାରତୀୟ କ୍ରିକେଟର ଚେହେରା ଭାବେ ସଚିନଙ୍କ ରେକର୍ଡ ଭାଙ୍ଗିବା ସ୍ଥିତିରେ ପହଞ୍ଚି ଯାଇଛନ୍ତି। ରୋହିତ ୨୦୦୭ ଟି-୨୦ ବିଶ୍ୱକପ ଜିତିଥିବା ଟିମରେ ଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୨୦୧୧ ଦିନିକିଆ ବିଶ୍ୱକପରେ ଖେଳିବାର ଅଭିଜ୍ଞତା ରଖିଛନ୍ତି।

ଚଳିତ ସଂସ୍କରଣରେ ରୋହିତ ନିଜସ୍ୱ ଲିଗାସି ସୃଷ୍ଟି କରିବା ମୁଡରେ ଅଛନ୍ତି। ବିରାଟ ଓ ଅଶ୍ୱିନଙ୍କ ପାଇଁ ମଧ୍ୟ ଦୁଇ ଥର ବିଶ୍ୱ ବିଜେତା ହେବାର ସୁଯୋଗ ରହିଛି। ୩୪ ବର୍ଷୀୟ ରବୀନ୍ଦ୍ର ଜାଡେଜା ଓ ୩୩ ବର୍ଷୀୟ ମହମ୍ମଦ ଶାମି ମଧ୍ୟ ନିଜର ଛାପ ଛାଡ଼ିବା ଲକ୍ଷ୍ୟରେ। ଯଶପ୍ରୀତ ବୁମ୍ରା ବି ଏବେ ନୁହେଁ ତ କେବେ ନୁହଁ ଉଦ୍ଦେଶ୍ୟରେ ରହିପାରନ୍ତି।

ଚେପକ ପିଚ୍‌ ସାଧାରଣତଃ ସ୍ପିନରଙ୍କୁ ସୁହାଇ ଥାଏ। ତେଣୁ ଆଜିର ମ୍ୟାଚ୍‌ରେ ଅଶ୍ୱିନଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଶେଷ ମୁହୂର୍ତ୍ତରେ ହିଁ ଅକ୍ଷର ପଟେଲ ଆହତ ହେବାରୁ ବିଶ୍ୱକପ ସ୍କ୍ୱାଡରେ ଅଶ୍ୱିନ ସାମିଲ ହୋଇଥିଲେ।

ଅଶ୍ୱିନଙ୍କ ସହ ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ରହିବେ। ଦ୍ରୁତ ବୋଲିଂ ବାହିନୀର ମଙ୍ଗ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ସମ୍ଭାଳିବେ। ଏମାନଙ୍କୁ ସାଥ ଦେବାକୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି।

ବ୍ୟାଟିଂରେ ଗିଲ ନଥିବାରୁ ରୋହିତ ଓ ଈଶାନ ଓପନ କରିବେ। ୩ନଂରେ ବିରାଟ, ୪ନଂ ଶ୍ରେୟସ ଆୟର, ୫ନଂରେ କେଏଲ ରାହୁଲ, ୬ନଂରେ ହାର୍ଦ୍ଦିକ ପାଣ୍ଡ୍ୟା, ୭ନଂରେ ଜାଡେଜା ବ୍ୟାଟିଂ କରିବେ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଆହତ ଥିବାରୁ ଡାଭିଡ ୱାର୍ଣ୍ଣରଙ୍କ ସହ ମିଚେଲ ମାର୍ଶ ଇନିଂସ ଆରମ୍ଭ କରିବେ। ମାର୍ଶ ଏବେ ଦମଦାର ଫର୍ମରେ ରହିଛନ୍ତି। ତାଙ୍କ ୱିକେଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମଧ୍ୟକ୍ରମରେ ଷ୍ଟିଭ ସ୍ମିଥ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ ଓ ମାର୍କସ ଷ୍ଟୋଇନିସ ଓ ଆଲେକ୍ସ କେରୀଙ୍କ ଭଳି ଖେଳାଳି ରହିଛନ୍ତି।

ଅଭ୍ୟାସ ମ୍ୟାଚ୍‌ତରେ ମିଚେଲ ଷ୍ଟାର୍କଙ୍କ ଇନିଂସ ସୁଇଂ ୟର୍କର ଭାରତୀୟ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇପାରେ। ତେବେ ଅଷ୍ଟ୍ରେଲିଆର ସ୍ପିନ ମଙ୍ଗ ଆଡାମ ଜାମ୍ପା ସମ୍ଭାଳିବେ। ଯଦି ତାଙ୍କୁ ଭାରତୀୟ ବ୍ୟାଟର ଠିକଠାକ ଖେଳି ଦେଲେ, ତା’ହେଲେ ମ୍ୟାଚ୍‌ ନିଶ୍ଚିତ ଆମ ସପକ୍ଷରେ ରହିବ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା, ଈଶାନ କିଶନ, ବିରାଟ କୋହଲି, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବି ଅଶ୍ୱିନ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ସୂର୍ଯ୍ୟ କୁମାର ଯାଦବ, ଶୁବମନ ଗିଲ ଓ ଶାର୍ଦ୍ଦୁଲ ଠାକୁର।

ଅଷ୍ଟ୍ରେଲିଆ ସ୍କ୍ୱାଡ: ପାଟ କମିନ୍ସ, ଷ୍ଟିଭ ସ୍ମିଥ, ଆଲେକ୍ସ କେରୀ, ଜୋଶ ଇଙ୍ଗଲିସ, ସେନ ଆବୋଟ୍ଟ, ମାର୍ନସ ଲାବୁଶେନ, କାମେରନ ଗ୍ରୀନ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ୍‌, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଡାଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ଓ ମିଚେଲ ଷ୍ଟାର୍କ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/TSdawxR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages