ଆଜି ଶପଥ ନେବେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଦିନ ୧୧ଟା ୪୫ରେ ରାଜଭବନରେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ତା’ ପୂର୍ବରୁ ସକାଳ ୮ଟା ୪୫ ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ଗତକାଲି ଟ୍ରେନ ଯୋଗେ ଓଡ଼ିଶା ପହଞ୍ଚିବା ପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଉଙ୍କ ଦର୍ଶନ କରିଥିଲେ ରଘୁବର। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କର ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ସହ ଓଡ଼ିଶା ଆସିଛନ୍ତି। ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଅନୁଯାୟୀ Z+ ସୁରକ୍ଷା
ପ୍ରଦାନ କରାଯାଇଛି।
ଜାମସେଦପୁର ଟାଟା କମ୍ପାନିରେ ଚାକିରି କରିଥିବା ରଘୁବର। ୧୯୭୭ରେ ପ୍ରଥେମ ଜନତା ଦଳ ଓ ପରେ ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ। ୫ଥର ବିଧାୟକ ହେବା ସହ ଉପ ମୁଖ୍ୟମନ୍ତ୍ରୀ ପରେ ୨୦୧୪ରୁ ୧୯ ଯାଏ ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Lov7O3U
No comments:
Post a Comment