କତାର ସାଜିଲା ମଧ୍ୟସ୍ଥି; ହମାସ କବଳରୁ ମୁକୁଳିଲେ ଆମେରିକୀୟ ମା’ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 20, 2023

କତାର ସାଜିଲା ମଧ୍ୟସ୍ଥି; ହମାସ କବଳରୁ ମୁକୁଳିଲେ ଆମେରିକୀୟ ମା’ଝିଅ

ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୧୪ ଦିନ ହେଲାଣି ଚାଲିଛି ଘମାଘୋଟ ଲଢ଼େଇ। ଏହି ଲଢ଼େଇରେ ଏଯାବତ ୪ ହଜାରରୁ ଅଧିକ ଜୀବନ ଗଲାଣି। ଏବେବି ହମାସ ବହୁ ସଂଖ୍ୟକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ରଖିଛି। ସେମାନଙ୍କୁ ମୁକୁଳାଇବାକୁ କତାର ମଧ୍ୟସ୍ଥତା କରୁଥିବା ବେଳେ ପ୍ରଥମ ଥର ପାଇଁ ହମାସ ଦୁଇ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିଥିବା ଜଣାଯାଇଛି। ସେମାନେ ମା’ ଝିଅ ବୋଲି ଜଣାଯାଇଛି।

ସେମାନେ ହେଉଛନ୍ତି ୫୯ ବର୍ଷୀୟ ଜୁଡ଼ିଥ ରେନନ ଓ ତାଙ୍କ ୧୮ ବର୍ଷୀୟା ଝିଅ ନତାଲି ରେନନ । ହମାସ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ଜୁଡ଼ିଥ ରେନନଙ୍କ ପରିବାରର ଆଉ ୧୦ ସଦସ୍ୟ ଏବେବି ନିଖୋଜ ଅଛନ୍ତି।

ଏନେଇ ହମାସ ପ୍ରବକ୍ତା ଅବୁ ଉବୈଦା ଶୁକ୍ରବାର ଏକ ବୟାନ ଜାରି କରି , କତାର ତରଫରୁ ଜାରି ହୋଇଥିବା ମଧ୍ୟସ୍ଥତା କାରଣରୁ ମାନବୀୟ ଦୃଷ୍ଟିକୋଣରୁ ଆମେରିକୀୟ ମା’ ଝିଅଙ୍କୁ ମୁକ୍ତ କରିଛୁ। ଆମେରିକା ରାଷ୍ଟ୍ରପତି ବାଇଡେନ ଆମ ବିରୋଧରେ ଲଗାଉଥିବା ଆରୋପ ମିଥ୍ୟା ବୋଲି ଏହାଦ୍ୱାରା ସ୍ପଷ୍ଟ ହେଉଛି।

ମୁକ୍ତ ହୋଇଥିବା ମା’ ଝିଅ ଏବେ ଇସ୍ରାଏଲ ସୈନିକଙ୍କ ହେପାଜତରେ ଥିବା ବେଳେ ଖୁବ୍‌ ଶୀଘ୍ର ସେମାନଙ୍କୁ ଆମେରିକାକୁ ହସ୍ତାନ୍ତର କରାଯିବ ବୋଲି IDF କହିଛି। ହମାସ କବଳରେ ଏବେବି ୨ଶହରୁ ଊର୍ଦ୍ଧ୍ୱ ଶିଶୁ, ମହିଳାଙ୍କ ସମେତ ଅନ୍ୟମାନେ ବନ୍ଦୀ ହୋଇ ଅଛନ୍ତି । ଖୁବ୍‌ ଶୀଘ୍ର ଅନ୍ୟ ବନ୍ଧକଙ୍କୁ ମୁକୁଳାଇବାକୁ ଚେଷ୍ଟା କରାଯିବ ବୋଲି IDF ପକ୍ଷରୁ କୁହାଯାଇଛି। ଜୁଡ଼ିଥ ରେନନ ଓ ତାଙ୍କ ଝିଅ ନତାଲି ରେନନ ଛୁଟି କାଟିବାକୁ ଇସ୍ରାଏଲ ଯାଇଥିବା ବେଳେ ହମାସ ଆକ୍ରମଣର ଶିକାର ହୋଇଥିଲେ।

ଆମେରିକା ରାଷ୍ଟ୍ରପତି ବାଇଡେନ କହିଛନ୍ତି, ଆମର ଦୁଇ ନାଗରିକ ହମାସ କବଳରୁ ମୁକ୍ତି ପାଇଛନ୍ତି। ଗତ ୧୪ ଦିନ ଧରି ସେ ଅତି ଭୟାନକ ପରୀକ୍ଷାର ସମ୍ମୁଖୀନ ହେଉଥିଲେ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଏଥିରେ ଖୁସି ବ୍ୟକ୍ତ କରିବା ସହ ମଧ୍ୟସ୍ଥତା ସାଜିଥିବା କତାରକୁ ଧନ୍ୟବାଦ ଜଣାଇଛନ୍ତି।

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏଯାବତ ୪ ହଜାରରୁ ଅଧିକ ଜୀବନ ଗଲାଣି। ହମାସକୁ ନିପାତ କରିବା ସହ ନିଜର ସମସ୍ତ ନାଗରିକଙ୍କୁ ମୁକୁଳାଇବା ପର୍ଯ୍ୟନ୍ତ ଇସ୍ରାଏଲ ଯୁଦ୍ଧ ଜାରି ରଖିବ ବୋଲି କହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mDBY4Iu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages